Latest Odisha News

ସଞ୍ଜୁ ସାମସନଙ୍କ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଜାନୁୟାରୀ ୧୯ରେ ଭାରତୀୟ ଦଳ ଚୟନ କରାଯିବ । ଏହି ଦଳରେ ସଞ୍ଜୁଙ୍କୁ ସ୍ଥାନ ମିଳି ନ ପାରେ । ଏପରିକି ତାଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି । କେରଳ କ୍ରିକେଟ ସଂଘ ସହ ସଞ୍ଜୁଙ୍କ ବିବାଦ ଏହାର ମୂଳ କାରଣ ଭାବେ ବିବେଚନା କରାଯାଉଛି । ବିଜୟ ହଜାରେ ଟ୍ରଫି ପାଇଁ କେସିଏ ପକ୍ଷରୁ ଆୟୋଜିତ କରାଯାଇଥିବା ଅଭ୍ୟାସ ଶିବିରରେ ସଞ୍ଜୁ ଉପସ୍ଥିତ ହୋଇପାରିବେ ନାହିଁ ଜଣାଇଥିଲେ । ପରେ ତାଙ୍କୁ ଏଥିନେଇ କେରଳ ଟିମରୁ ବାହାର କରାଯାଇଥିଲା । କେସିଏ ସେକ୍ରେଟାରୀ ବିନୋଦ କୁମାର କହିଥିଲେ ଆମେ ସଞ୍ଜୁଙ୍କ ପାଇଁ ଅନ୍ୟ ଜଣେ ଯୁବ ଖେଳାଳିଙ୍କ ସୁଯୋଗ ହାତଛଡା କରିପାରିବୁ ନାହିଁ ।

ସଞ୍ଜୁ ଏ ନେଇ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ । ବିସିସିଆଇର ଚୟନ କମିଟି ଏବେ ଘରୋଇ କ୍ରିକେଟ ଖେଳିବା ଉପରେ ଜୋର ଦେଉଛି । ସଞ୍ଜୁଙ୍କ ଘଟଣା ନିଶ୍ଚିତ ଭାବେ ଚୟନ କମିଟି ବୈଠକରେ ଆଲୋଚନା ହେବ । ସଞ୍ଜୁଙ୍କୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ଜାନୁୟାରୀ ୨୨ରୁ ଏହି ସିରିଜ ଆରମ୍ଭ ହେବ । ବିଜୟ ହଜାରେ ଟ୍ରଫିରେ ନ ଖେଳିବା ନେଇ ସଞ୍ଜୁଙ୍କ ନିକଟରୁ ବିସିସିଆଇ ସନ୍ତୋଷଜନକ ଉତର ଅପେକ୍ଷାରେ ରହିଛି ।

Comments are closed.