Latest Odisha News

୫ ବର୍ଷରେ ବିସିସିଆଇ ୪୨୯୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛି

ନୂଆଦିଲ୍ଲୀ: ବିସିସିଆଇଠାରୁ ଭାରତ ସରକାର ଆୟକର ବାବଦକୁ ମୋଟା ଅଙ୍କର ଅର୍ଥ ପାଉଛି । ବିଶ୍ୱ କ୍ରିକେଟର ସବୁଠାରୁ ଧନୀ ବୋର୍ଡ ବିସିସିଆଇ ୫ ବର୍ଷ ମଧ୍ୟରେ ୪୨୯୮ କୋଟି ଟଙ୍କର ଟ୍ୟାକ୍ସ ବାବଦକୁ ଦେଇଛି । ବିସିସିଆଇ ଆର୍ଥୀକ ବର୍ଷ ୨୦୨୧-୨୨ରେ ୧୧୫୯ କୋଟି ଟଙ୍କା ସରକାରଙ୍କୁ ପୈଠ କରିଥିଲା । ପୂର୍ବ ବର୍ଷ ତୁଳନାରେ ଏହା ୩୭ ପ୍ରତିଶତ ଅଧିକ । ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ୫ ବର୍ଷରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ଆଧାରରେ ବିସିିସିଆଇର ଆୟ ଏବଂ ବ୍ୟୟର ବିବାରଣୀ ପ୍ରଦାନ କରିଥିଲେ । ଆଇସିସି ରାଜସ୍ୱ ପୁଲଠାରୁ ଆରମ୍ଭ କରି ବିସିସିଆଇ ଆଇପିଏଲ ମାଧ୍ୟମରେ ମଧ୍ୟ ଭଲ ଆୟ କରୁଛି ।

ଆଗକୁ ଏହି ଆୟ ଆହୁରି ବୃଦ୍ଧିପାଇବ ବୋଲି ଆଶା କରାଯାଉଛି । ୨୦୨୪ରୁ ୨୭ ମଧ୍ୟରେ ବିସିସିଆଇ ୨୩୦ ମିଲିୟନ ଡଲାରର ବଡ ଆୟ କରିବାକୁ ଯାଉଛି । ବିସିସିଆଇ ଅଧିକ ଆୟ କରୁଥିବାରୁ ସରକାରଙ୍କୁ ସେହି ଅନୁସାରେ ଟ୍ୟାକ୍ସ ଦେବାକୁ ପଡୁଛି ।

Comments are closed.