Latest Odisha News

BREAKING NEWS

୪୪ ବର୍ଷ ବୟସରେ ମାଆ ହେବେ ମଡ଼େଲ କର୍ଟନି କାର୍ଦାସିଆଁ, ଦେଖାଇଲେ ବେବି ବମ୍ପ୍

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ଜଣାଶୁଣା ମଡେଲ୍ କର୍ଟନି କାର୍ଦାସିଆଁ । ସେ ୪୪ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି । ଏବେ ସେ ବୋଲ୍‌ଡ଼ ଅବତାରରେ ନିଜ ‘ବେବି ବମ୍ପ୍‌’ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଖବର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ମଡେଲ୍ କର୍ଟନି କାର୍ଦାସିଆଁ ବିକିନି ପରିଧାନ କରି ଫଟୋ ସୁଟ୍ କରିଛନ୍ତି । ସେ ଏକ କମଳା ରଂଗର ବିକିନି ପରିଧାନ କରି ସୁଇମିଂ ପୁଲ୍‌ରେ ମଜା ନେଉଥିବାର କିଛି ଫଟୋରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ମୋ ସନ୍ତାନ, ତୁମକୁ ମୋ ଭିତରେ ପାଳିବା, ଆଦର କରିବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହି ଫଟୋରେ ତାଙ୍କ ସ୍ୱାମୀ ବି ନିଜର ଭଲପାଇବା ଦେଖାଇବା ସହ ଖୁବ୍ ସୁନ୍ଦର ବୋଲି ଲେଖି କର୍ଟନିଙ୍କୁ ପ୍ରଶଂସା କରିଛନ୍ତି ।

କର୍ଟନି କହିଛନ୍ତି ଯେ, ସେ ଅନେକ ଦିନ ହେଲା ପିଲାଟିଏ ପାଇଁ ଚେଷ୍ଟା କରୁଥିଲେ । କିଛି ଅସୁବିଧା ଯୋଗୁ ଗର୍ଭଧାରଣ କରିପାର ୁନ ଥିଲେ । ଏତେ ଦିନ ପରେ ଯେତେବେଳେ ଏହି ଖୁସି ମିଳିଛି, ତେଣୁ ସେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସେ ତାଙ୍କ ସ୍ୱାମୀଙ୍କୁ ୩ ବର୍ଷ ଡେଟ୍ କରିବା ପରେ ୨୦୨୨ ମସିହାରେ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା ।

Leave A Reply

Your email address will not be published.