Latest Odisha News

BREAKING NEWS

କରୋନା ଆତଙ୍କ: ଏପ୍ରିଲ ୧୫ ଯାଏଁ ସ୍ଥଗିତ ରହିଲା ଆଇପିଏଲ ମ୍ୟାଚ

ମୁମ୍ବାଇ: କରୋନା ଆତଙ୍କରେ ଆତଙ୍କିତ ସାରାଦେଶ । କରୋନା ଯୋଗୁଁ ମାର୍ଚ୍ଚ ୧୯ ରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ୧୩ ତମ ସଂସ୍କରଣକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ।

ଦେଶର ସବୁଠାରୁ ଲୋକପ୍ରିୟ ତଥା ସମୃଦ୍ଧ କ୍ରୀଡା ଟୁର୍ନାମେଣ୍ଟ ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ପଦକ୍ଷେପ ନେଇଛନ୍ତି ।

ବିସିସିଆଇର ଜଣେ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୁଚନା ଦେଇ କହିଛନ୍ତି, “ଟୁର୍ନାମେଣ୍ଟ ଆରମ୍ଭକୁ ସ୍ଥଗିତ ରଖିବାକୁ ଆଭ୍ୟନ୍ତରୀଣ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଏପ୍ରିଲ ୧୫ ରୁ ଆରମ୍ଭ ହେବ”।

ଏହାପୂର୍ବରୁ ଦିଲ୍ଲୀ ସରକାର ରାଜଧାନୀ ଦିଲ୍ଲୀରେ ସମସ୍ତ କ୍ରୀଡା ଇଭେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଗାମୀ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ବନ୍ଦ ଷ୍ଟାଡିୟମରେ ଖେଳାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.