ଦିଲ୍ଲୀ: ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ବୁଧବାର ଆଇସିସି ଗଭର୍ଣ୍ଣିଂ ବଡ଼ି ପକ୍ଷରୁ ଏହି ସୂଚନା ମିଳିଛି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ । ୨୦୧୨ରେ ଏହି ପଦରେ ନିଯୁକ୍ତି ହୋଇଥିବା କୁମ୍ଭଲେ ଲଗାତର ତିନି ବର୍ଷ ଧରି ତିନି ତିନି ଥର ଏହି ପଦରେ ରହିଛନ୍ତି । ତେବେ ଅନୀଲ କୁମ୍ଭଲେ ଏହି ପଦରୁ ଇସ୍ତଫା ଦେବା ପରେ ଗାଙ୍ଗୁଲିଙ୍କୁ ଏହି ପଦ ମିଳିଛି ।
ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ କହିଛନ୍ତି, ଆଇସିସି ପୁରୁଷ କ୍ରିକେଟ କମିଟିର ଚେୟାରମ୍ୟାନଭାବେ ନିଯୁକ୍ତି ହୋଇଥିବା ନିଷ୍ପତିକୁ ମୁଁ ସ୍ୱାଗତ କରୁଛି । ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି । ଏହା ପରେ ପ୍ରଶାସକଭାବେ ମଧ୍ୟରେ ତାଙ୍କ ବେଶ୍ ଅନୁଭବ ରହିଛି । ତେବେ ଗାଙ୍ଗୁଲିଙ୍କ ଏହି ଅଭିଜ୍ଞତା ଆମକୁ ଆଗକୁ ବଢ଼ିବାରେ ଏବଂ କ୍ରିକେଟକୁ କିପରି ଆହୁରି ଭଲ କରାଯାଇପାରିବ ସେ ଉପରେ ଗାଙ୍ଗୁଲି ସାହାଯ୍ୟ କରିବେ । ଏହା ପୂର୍ବରୁ ଅନୀଲ କୁମ୍ବଲେ ଏହି ପଦବୀରେ ଥିବା ସମୟରେ ଡ଼ିଆରଏସକୁ ନେଇ ଏକ ବଡ଼ ନିଷ୍ପତି ନେଇଥିଲେ । ସେହିପରି କରୋନା ପରେ କ୍ରିକେଟର ଖେଳକୁ ନେଇ ସେ ନିୟମ ତିଆରି କରିଥିଲେ ।
ସୂଚନା ଅନୁଯାୟୀ, ଜଣେ ସଫଳ ସର୍ବକାଳୀନ ଭାରତୀୟ କ୍ରିକେଟର ଅଧିନାୟକଭାବେ ଗୌରବ ଅର୍ଜନ କରିଥିବା ଗାଙ୍ଗୁଲି ମଧ୍ୟ ତାଙ୍କ ପିଢ଼ିର ଅନ୍ୟତମ ସର୍ବୋତ୍ତମ ବ୍ୟାଟସମ୍ୟାନ ଥିଲେ । ୨୦୧୫ରୁ ୨୦୧୯ ମଧ୍ୟରେ ସେ ଥିଲେ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲର ଅଧ୍ୟକ୍ଷ । ୨୦୧୯ରେ ସେ ବିସିସିଆଇ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
Comments are closed.