Latest Odisha News

BREAKING NEWS

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ ବିଶ୍ୱମ୍ବର ରାଉତ ଓ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରାହାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ମଣିନାଥପୁର ଗାଁର ସୁଧାଂଶୁ ବେହୁରିଆ ସକାଳେ ନଦୀ ପଠାକୁ ବୁଲିବାକୁ ଯିବା ସମୟରେ ଏକ ପଥର ମୂର୍ତ୍ତି ଦେଖି ସ୍ଥାନୟ ସ୍ଥାନୀୟ ଗବେଷକଙ୍କୁ ଜଣାଇଥିଲେ । ପରେ ଘଟଣା ସ୍ଥଳରୁ ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ ରୁ ଉର୍ଦ୍ଧ୍ୱ ପାଚୀନ ପୋଡା ମାଟିରେ ତିଆରି ପାତ୍ର ଉଦ୍ଧାର କରାଯାଇଥିଲା ।

ଏହି ବିରଳ କିର୍ତି ରାଜୀକୁ ଦେଖିବା ପାଇଁ ଷୋଳମପୁର ବୌଦ୍ଧ ବିହାରରେ ଲୋକଙ୍କ ଭିଡ ଜମିଛି ।ଅନ୍ୟପଟେ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟି କୋଣରୁ ଉଦ୍ଧାର ହୋଇଥିବା ମୂର୍ତ୍ତି ସବୁ ଅଷ୍ଟମ ନବମ ଶତାଦ୍ଧୀର ବୋଲି ଜଣାପଡିଛି । ଉଦ୍ଧାର ମୂର୍ତ୍ତି ସବୁ ଷୋଳମପୁର ବୌଦ୍ଧ ବିହାରରେ ଭୌମିକର ଶାସନ ସମୟର ବୋଲି ଗବେଷକ ମାନେ ମତ ରଖିଛନ୍ତି ।

Leave A Reply

Your email address will not be published.