Latest Odisha News

BREAKING NEWS

ଏସିଆ କପ: ଭାରତୀୟ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରନ୍ତି

ନୂଆଦିଲ୍ଲୀ: ଆଗାମୀ ଏସିଆ କପରେ ଭାରତ ପଦକ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ରହିଛି । ତେବେ କ୍ରିକେଟପ୍ରେମୀଙ୍କୁ ଶୁକ୍ରବାର ଝଟକା ଲାଗିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ ଗେମ୍ସ ପାଇଁ ଉଭୟ ପୁରୁଷ ଏବଂ ମହିଳା ଟିମ ନ ପଠାଇବା ନିମନ୍ତେ ନିଷ୍ପତି ନେଇଛି । ଚୀନରେ ଏସିଆନ ଗେମ୍ସ ୨୩ ସେପ୍ଟେମ୍ବରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେବ । କ୍ରିକେଟ ବୋର୍ଡ ଅଧିକାରୀଙ୍କ କହିବା ଅନୁସାରେ ସମୟ ସୀମାର ଦିନକ ପୂର୍ବରୁ ଆଇଓଏ ନିକଟରୁ ଆମ ପାଖକୁ ପତ୍ର ଆସିଥିଲା । ସେ ସମୟରେ ଆମର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇ ସାରିଥିଲା । ଏସିଆନ ଗେମ୍ସ ବେଳେ ମହିଳା ଟିମ ଅନ୍ୟ ଏକ ଟୁର୍ଣ୍ଣାମେଂଟରେ ବ୍ୟସ୍ତ ରହିବେ । ପୁରୁଷ ଟିମ ସେ ସମୟରେ ଦିନିକିଆ ବିଶ୍ୱକପ ନେଇ ବ୍ୟସ୍ତ ରହିଥିବ ।

ଏସିଆନ ଗେମ୍ସର ଶେଫ ଡି ମିଶନ ଭୂପେନ୍ଦ୍ର ଯାଦବ କହିଛନ୍ତି କ୍ରିକେଟ ବ୍ୟତୀତ ଅନ୍ୟ ସମସ୍ତ ଟିମ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ପୂର୍ବରୁ ୨୦୧୦ ଓ ୨୦୧୪ରେ କ୍ରିକେଟ ଏସିଆଡର ଅଂଶବିଶେଷ ଥିଲେ ମଧ୍ୟ ଭାରତ ଖେଳି ନ ଥିଲା । ୧୯୯୮ରେ ଅବଶ୍ୟ ଭାରତର ଦ୍ୱିତୀୟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିଲା । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଉଦ୍ୟମ ଚାଲିଥିବା ବେଳେ ଭାରତ ଏସିଆଡରୁ ଓହରିବା ପ୍ରଶଂସକଙ୍କ ନିରାଶ କରିଛି ।

Leave A Reply

Your email address will not be published.