Latest Odisha News

BREAKING NEWS

ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଘଟଣା, ପଦରୁ ଇସ୍ତଫା ଦେଲେ ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ

ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ପଦରୁ ଡୋମିନିକ୍ ରାବଙ୍କୁ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି । ଏହାପରେ ବ୍ରିଟେନର ଉପ-ପ୍ରଧାନମନ୍ତ୍ରୀ ପଦରୁ ଶୁକ୍ରବାର ଡୋମିନିକ୍ ରାବ ଇସ୍ତଫା ଦେଇଛନ୍ତି । ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଡୋମିନିକ୍ ଏହି ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବ୍ରିଟେନର ବୈଦେଶିକ ସଚିବ ଥିବାବେଳେ ଡୋମିନିକ୍ ରାବ ନିଜର ସହକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ତେବେ ସେ କର୍ମଚାରୀଙ୍କୁ ଅସମ୍ମାନ କରିଥିବା ଦାବିକୁ ଅସ୍ୱୀକାର କରିଥିଲେ। ପୂର୍ବରୁ ସେ କହିଥିଲେ କି, ସେ ସର୍ବଦା ବୃତ୍ତିଗତ ଭାବରେ ଆଚରଣ କରୁଥିଲେ, କିନ୍ତୁ ଯଦି ଗାଳିଗୁଲଜ କରିଥିବା ପ୍ରମାଣ ମିଳି ସେ ଇସ୍ତଫା ଦେବେ। ତେବେ ତାଙ୍କ ବିରୋଧରେ ଗାଳିଗୁଲଜ କରିବାର ଦୁଇଟି ତଦନ୍ତ କରାଯାଇ ଅନ୍ୟମାନଙ୍କୁ ବରଖାସ୍ତ କରାଯାଇଛି ବୋଲି ରାଏବ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି। କିନ୍ତୁ ଡୋମିନିକ୍ ତଦନ୍ତକୁ “ତ୍ରୁଟିପୂର୍ଣ୍ଣ” ବୋଲି କହିଛନ୍ତି ଏବଂ ତଦନ୍ତ ଏତେ ବିପଜ୍ଜନକ ଉଦାହରଣ ସୃଷ୍ଟି କରିଛି ବୋଲି କହି, ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ବି କହିଛନ୍ତି କହିଛନ୍ତି ଯେ ସେ ନିଜ ପ୍ରତିଶୃତି ଯୋଗୁଁ ଇସ୍ତଫା ଦେଇ ନିଜର କର୍ତ୍ତବ୍ୟ ସମ୍ପନ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ମଧ୍ୟ ତାଙ୍କ ପଦରୁ ଆକସ୍ମିକ ଇସ୍ତଫା ଦେବାକୁ ପଡ଼ିଥିଲା। ଦେଶରେ ଅର୍ଥନୈତିକ ସଙ୍କଟ ଜାରି ରହିଥିବାବେଳେ ସମସ୍ୟାରେ ଛନ୍ଦି ହୋଇଥିବା ଟ୍ରସ୍ ଶେଷରେ ଇସ୍ତଫା ଦେଇଥିଲେ । ବ୍ରିଟେନ ଇତିହାସରେ ସବୁଠାରୁ କମ୍ ସମୟ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ଟ୍ରସ୍ । ବିଭିନ୍ନ କାରଣରୁ ନିନ୍ଦିତ ବୋରିସ ଜନସନଙ୍କ ପରେ ଦାୟିତ୍ବ ନେଇଥିବା ଟ୍ରସ ମାତ୍ର ୪୫ ଦିନରେ ଇସ୍ତଫା ଦେଇଛନ୍ତି । ଶୁଳ୍କ ହ୍ରାସ ନିଷ୍ପତ୍ତି କାରଣରୁ ତାଙ୍କୁ ନିଜ ଦଳ କଞ୍ଜରଭେଟିଭ ପାର୍ଟିରୁ ଜୋରଦାର ସମାଲୋଚନା କରାଯାଇଥିଲା।

Leave A Reply

Your email address will not be published.