Latest Odisha News

ମହିଳା ଟି୨୦ ବିଶ୍ୱକପ: ବାଂଲାଦେଶ ବୋର୍ଡ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ବିସିିସିଆଇ

ନୂଆଦିଲ୍ଲୀ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଚଳିତ ବର୍ଷ ୨୦ ଅକ୍ଟୋବରରୁ ଏହା ବାଂଲାଦେଶରେ ଆୟୋଜନ ହେବାରେ ଅଛି । ତେବେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଯୋଗୁ ଏଠାରେ ଏହା ଆୟୋଜନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇତି ମଧ୍ୟରେ ବାଂଲାଦେଶ ବୋର୍ଡ ବିସିସିଆଇକୁ ଏହା ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲା । ବିସିସିଆଇ କିନ୍ତୁ ରାଜି ହୋଇ ନ ଥିଲା । ବର୍ଷା ଋତୁ ପରେ ଆମେ ଆସନ୍ତା ବର୍ଷ ମହିଳା ବିଶ୍ୱକପ ଆୟୋଜନ କରିବୁ ।

କମ ଦିନରେ ୨ଟି ବିଶ୍ୱକପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଆଇସିସି ଏବେ ବାଂଲାଦେଶ ବୋର୍ଡର ନିଷ୍ପତିକୁ ଅପେକ୍ଷା କରିଛି । ବିସିବି ମନା କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଭାରତ ମନା କରିବା ପରେ ଏବେ ଶ୍ରୀଲଙ୍କାରେ ଏହାକୁ ଆୟୋଜନ କରିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.