Latest Odisha News

BREAKING NEWS

ଅମିତାଭ ବଚ୍ଚନଙ୍କୁ ଆଇସିସି ଦିନିକିଆ ବିଶ୍ୱକପର ଗୋଲ୍ଡେନ ଟିକେଟ ପ୍ରଦାନ କଲେ ଜୟ ଶାହ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟର ଗୋଲ୍ଡେନ ଟିକେଟ ପ୍ରଦାନ କରିଛନ୍ତି । ୮୦ ବର୍ଷୀୟ ଏହି ମହାନ କଳାକାରଙ୍କୁ ଜୟ ଶାହ ନିଜ ହାତରେ ଟିକେଟ ପ୍ରଦାନ କରିଥିଲେ । ସେ ଜଣେ କ୍ରିକେଟପ୍ରେମୀ ହୋଇଥିବାରୁ ତାଙ୍କ ଉପସ୍ଥିତି ଟିମ ଇଣ୍ଡିଆର ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି । ଶାହ ସୋସିଆଲ ମିଡିଆରେ ଲେଖିଛନ୍ତି ଗୋଲ୍ଡେନ ଆଇକନ୍ସଙ୍କୁ ଗୋଲ୍ଡେନ ଟିକେଟ । ଅମିତାଭ ଏବେ ବିଶ୍ୱକପର ସମସ୍ତ ମ୍ୟାଚ ଭିଆଇପି ଷ୍ଟାଣ୍ଡରେ ଆରାମରେ ଦେଖିପାରିବେ ।

ଅମିତାଭ ନିକଟରେ ଉଁଚାଇ ଫିଲ୍ମରେ ଅଭିନୟ କରିଥିଲେ । ସେ ଏବେ ସାଇନ୍ସ ଫିଲ୍ମ ୨୮୯୮ ଏଡି ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ପ୍ରଭାସ, କମଳା ହାସନ, ଦୀପିକା ପାଦୁକୋନ ଓ ଦିଶା ପାଟନୀ ଅଭିନୟ କରୁଛନ୍ତି । ଭାରତରେ ଏଥର ଦିନିକିଆ ବିଶ୍ୱକପ ୨୦୨୩ ସଂସ୍କରଣ ଆୟୋଜିତ ହେଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏ ନେଇ ୧୫ ଜଣିଆ ଦଳର ଘୋଷଣା କରାଯାଇଛି ।

Comments are closed.