Latest Odisha News

BREAKING NEWS

ବିସିସିଆଇ ସେକ୍ରେଟାରୀ କହିଲେ ନୂଆ ଟିମ ଚୟନ କର: ବାଦ ପଡି ପାରନ୍ତି ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂଆ ସେକ୍ରେଟାରୀ ଦେବଜିତ ସାଇକିଆ ଆକ୍ସନ ମୁଡରେ ରହିଛନ୍ତି । କ୍ରମାଗତ ପରାଜୟରେ ବୋର୍ଡ ଅସନ୍ତୁଷ୍ଟ ରହିଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସ୍ପଷ୍ଟ ବାର୍ତା ଦିଆଯାଇଛି ଯେ, ନୂଆ ଟିମ ଚୟନ କର । ଫଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟିମରେ ତିଷ୍ଠି ରହିବା କଷ୍ଟକର ହୋଇପଡିଛି । ରବିବାର ହେବାକୁ ଥିବା ବୈଠକରେ ବିସିସିଆଇ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡିଛି । କୋହଲି ଓ ରୋହିତଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଜାନୁୟାରୀ ୧୨ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଚୟନ କରାଯିବ ।

ଏହି ଦଳ ଚୟନରୁ ଉପରୋକ୍ତ ଦୁଇ ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଉଭୟ ଖେଳାଳି ଅବସର ନେବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିବା ପରେ ଚୟନ କମିଟିଙ୍କ ଉପରେ ସେମାନଙ୍କ ଭାଗ୍ୟ ନିର୍ଭର କରୁଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜୁନରୁ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ସିରିଜ ଏକ ଚକ୍ର ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏହାକୁ ଆଖି ଆଗରେ ରଖି ଦଳ ଚୟନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.