Latest Odisha News

BREAKING NEWS

ରଣଜୀ ଟ୍ରଫିରେ ସାମିଲ ନ ହେବା ନେଇ ସିନିୟର ଖେଳାଳିଙ୍କୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସିନିୟର ଖେଳାଳି ରଣଜୀ ଟ୍ରଫିରେ ସାମିଲ ହେଉ ନ ଥିବା ନେଇ ଚେତାବନୀ ଦିଆଯାଇଛି । ବରୋଦାର କୃଣାଳ ପାଣ୍ଡ୍ୟା ଓ ରାଜସ୍ଥାନର ଦୀପକ ଚହରଙ୍କ ପରି ଖେଳାଳି ରଣଜୀରୁ ଦୂରେଇ ରହି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡିଥିଲା । ଏ ନେଇ ବିସିସିଆଇ ଚେତାବନୀ ଜାରୀ କରିଛି । ଖେଳାଳିମାନଙ୍କୁ ନିଜ ରାଜ୍ୟ ପକ୍ଷରୁ ରଣଜୀ ଟ୍ରଫିର ପରବର୍ତୀ ରାଉଣ୍ଡ ଖେଳିବା ନେଇ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଯେଉଁ ଖେଳାଳି ଜାତୀୟ ଦଳରେ ଓ ଏନସିଏରେ ନାହାନ୍ତି ସେମାନେ ରଣଜୀ ଟ୍ରଫି ଖେଳିବା ବାଧ୍ୟତାମୂଳକ ।

କୃଣାଳ ଘରୋଇ କ୍ରିକେଟ ଖେଳିଥିବା ବେଳେ ପ୍ରଥମ ଶ୍ରେଣୀ ପାଇଁ ଉପଲବ୍ଧ ହୋଇ ନ ଥିଲେ । ଦୀପକ ପାରିବାରିକ କାରଣ ଯୋଗୁ ଡିସେମ୍ବର-ଜାନୁୟାରୀରେ ବ୍ରେକ ନେଇଛନ୍ତି । ରିପୋର୍ଟ ମୁତାବକ ବିସିସିଆଇ ନିର୍ଦ୍ଦେଶ ପରେ ଈଶାନ କିଶାନ ଡିୱାଇ ପାଟିଲ ଟୁର୍ଣ୍ଣାମେଂଟ ମାଧ୍ୟମରେ କ୍ରିକେଟକୁ ଫେରିବେ । ସେ ମଧ୍ୟ ପରିବାରକୁ ସମୟ ଦେବା ପାଇଁ ବ୍ରେକ ନେଇଥିଲେ ।

Leave A Reply

Your email address will not be published.