Latest Odisha News

BREAKING NEWS

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା

ଭୋପାଳ: ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ ପ୍ରଦର୍ଶନ ବଳରେ ବରୋଦାକୁ ମଧ୍ୟପ୍ରଦେଶ ସହଜରେ ପରାସ୍ତ କରିଛି । ତାଙ୍କ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରର ମହମ୍ମଦ ମୁଦାସୀର ଓ ଦିଲ୍ଲୀର ଶଙ୍କର ସୈନୀ ଏହି ସଫଳତା ହାସଲ କରିଥିଲେ । ସୈନୀ ୧୯୯୫ରେ ଓ ମୁଦାସୀର ୨୦୧୫ରେ ଏହି କୀର୍ତିମାନ ସ୍ଥାପନ କରିଥିଲେ ।

ସେହିପରି କେରଳର ପ୍ରଥମ ବୋଲର ଭାବେ ଜଲାଜ ସେକ୍ସେନା ଇନିଂସରେ ୯ଟି ୱିକେଟ ନେଇଛନ୍ତି । ରଣଜୀରେ ୬ ଜଣ ବୋଲର ଏହି ସଫଳତା ହାସଲ କରି ସାରିଛନ୍ତି । ହାଇଦ୍ରାବାଦ ଓ ନାଗାଲାଣ୍ଡ ମଧ୍ୟରେ ପ୍ଲେଟ ଗ୍ରୁପର ଫାଇନାଲ ମ୍ୟାଚ ଖେଳାଯିବ । ଏଲିଟ ଷ୍ଟେଜରେ ୪ଟି ଗ୍ରୁପ ରହିଛନ୍ତି । ପ୍ରତ୍ୟେକ ଗ୍ରୁପୁ ୨ଟି ଟିମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । ଫାଇନାଲ ମ୍ୟାଚ ୧୦ରୁ ୧୪ ମାର୍ଚ୍ଚ ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.