Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପତ୍ନୀ, ପରିବାର ସହିତ ରହି ପାରିବେନି ଭାରତର ଖେଳାଳିମାନେ

ନୂଆଦିଲ୍ଲୀ: ବିସିସିଆଇ ତାର କଠୋର ନୀତିରେ କୌଣସି ପ୍ରକାରର ପରିବର୍ତନ କରି ନାହିଁ । ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଖେଳାଳିମାନେ ପତ୍ନୀ ଓ ପରିବାର ସହିତ ରହିପାରିବେନି ବୋଲି ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଟିମ ମ୍ୟାନେଜମେଂଟ ଖେଳାଳିଙ୍କ ପରିବାରକୁ ସାମିଲ କରିବା ପାଇଁ ବିସିସିଆଇକୁ ଅନୁମତି ମାଗିଥିଲେ । ବୋର୍ଡ ଏବେ ଏହାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି ।

୪୫ ଦିନ ମଧ୍ୟରେ ଅତି ବେଶୀରେ ୧୪ ଦିନ ପରିବାର ସହିତ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଯାହାକୁ ନେଇ କେତେକ ଖେଳାଳି ଅସନ୍ତୁଷ୍ଟ ରହିଛନ୍ତି । ଯଦି ଖେଳାଳିମାନେ ଚାହିଁବେ ସେମାନେ ନିଜ ଆଡୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଏଥିପାଇଁ ବିସିସିଆଇ ପକ୍ଷରୁ କୌଣସି ସହଯୋଗ ପ୍ରଦାନ କରାଯିବ ନାହିଁ । ଟି୨୦ ବିଶ୍ୱକପରେ ଭାରତ ଗ୍ରୁପ ଷ୍ଟେଜର ୩ଟି ମ୍ୟାଚ ଘରେ ଏବଂ ଗୋଟିଏ ମ୍ୟାଚ କଲମ୍ବୋରେ ଖେଳିବ । ପୂର୍ବରୁ ବିସିସିଆଇ ପୂର୍ବରୁ ଦ୍ୱିପାକ୍ଷିକ ସିରିଜ ନେଇ ମଧ୍ୟ ଏହି କଠୋର ନୀତି ଲାଗୁ କରିଥିଲା । ୨୦୨୫ ଅଷ୍ଟ୍ରେଲିଆ ଗସ୍ତ ପରେ ବିସିସିଆଇ ଏକ ନିୟମାବଳୀ ଜାରୀ କରିଥିଲା । ଏବେ ମଧ୍ୟ ଏହା ଲାଗୁ ରହିଛି ।

Leave A Reply

Your email address will not be published.