Latest Odisha News

BREAKING NEWS

କରୋନାରୁ ମୁକ୍ତି ଦେଇପାରିବ ବିସିଜି ଟିକା: ଆଇସିଏମଆର୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବା ବେଳେ ଆଇସିଏମଆର୍ ପକ୍ଷରୁ ଏକ ଆଶ୍ୱସ୍ଥୀକର ଖବର ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଟିବି ତଥା ଯକ୍ଷ୍ମା ରୋଗରୁ ଉପଶମ ପାଇଁ ବ୍ୟବହୃତ ହେଉଥିବା ବିସିଜି ଟିକା ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ଲାଗି ସହାୟକ ହେବ । ଏହାଛଡା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଭଦାୟକ ହେବ ବୋଲି ଆଇସିଏମଆରର ବୈଜ୍ଞାନକ ମାନେ ସ୍ପଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ବୈଜ୍ଞାନିକ ମାନେ ବିସିଜି ଭ୍ୟାକସିନର କାର୍ଯ୍ୟକାରିତାକୁ ନେଇ ଟି ସେଲ୍ସ, ବି ସେଲ୍ସ, ଶ୍ୱେତ ରକ୍ତ କୋଷିକା ଓ ଡେଣ୍ଡ୍ରିଟିକ୍ ସେଲ୍ ପ୍ରତିରକ୍ଷା ଉପରେ କ୍ରମାଗତ ଭାବେ ଯାଞ୍ଚ କରାଯାଉଛି।

ଖାସ୍ କରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ତଥା କୋମୋରବିଡିଟିଜ ଭଳି ଗମ୍ଭୀର ରୋଗରେ ପିଡିତ ବୟସ୍କ ବ୍ୟକ୍ତିଙ୍କ ପାଇଁ କରୋନା ଭାଇରସ୍ ଅଧିକ ଘାତକ ହୋଇଥାଏ ।

Leave A Reply

Your email address will not be published.