Latest Odisha News

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନ ନମିଳିବାରୁ ସୂର୍ଯ୍ୟ ବ୍ୟଥିତ ହୋଇଛନ୍ତି । ଏପରି ସ୍ଥିତିରେ ତାଙ୍କୁ ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବା ପାଇଁ ଡାକରା ମିଳିଛି ।

ରୟାଲ ଚାଲେଂଜର୍ସ ବାଙ୍ଗାଲୋର ବିପକ୍ଷରେ ୪୩ଟି ବଲରୁ ୭୯ ରନ୍ ସଂଗ୍ରହ କରିଥିବା ସୂର୍ଯ୍ୟ ଘରୋଇ କ୍ରିକେଟ ଛଡା ୨ ରୁ ୩ ବର୍ଷ ଧରି ଲଗାତାର ଆଇପିଏଲରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଜବରଦସ୍ତ ପ୍ରଦର୍ଶନ ତଥା ଫର୍ମରେ ଥାଇ ସୁଦ୍ଧା ତାଙ୍କୁ ଭାରତୀୟ ଦଳରେ ସ୍ଥାନ ନମିଳିବା ଦୁର୍ଭାଗ୍ୟଜନକ ବୋଲି ଅନେକ ପୂର୍ବତନ ତଥା ବରିଷ୍ଠ କ୍ରିକେଟର୍ ମତ୍ତ ରଖିଛନ୍ତି ।

ତେବେ ଏ ନେଇ ନ୍ୟୁ-ଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର୍ ସ୍କଟ୍ ଷ୍ଟାଇରିସ୍ ବି ନାଖୁସ ଥିବା ଜଣାପଡିଛି । ଏକ ଅଭିନବ ଉପାୟରେ ସେ ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଓ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି । ଏକ ଟୁଇଟ୍ ଜରିଆରେ ସେ ସୂର୍ଯ୍ୟ କୁମାର ଯାଦବଙ୍କୁ ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବା ପାଇଁ ଅଫର୍ କରିଛନ୍ତି ।

Leave A Reply

Your email address will not be published.