Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ବିଡିଏ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସେକ୍ସନ ଅଧିକାରୀ ବିଭୁତି ଭୂଷଣ ରାୟଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରର ଝାରପଡା ଓ ଜିଜିପି କଲୋନୀ ସ୍ଥିତ ୨ଟି ଘର ଏବଂ ଅଫିସ୍ ସମେତ ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଏକକାଳୀନ ଚଢାଉ ହୋଇଛି ।

ତେବେ ଏହି ଆୟବର୍ହିଭୁତ ସମ୍ପତ୍ତିର ପରିମାଣ ସଠିକ୍ ଭାବେ ଆକଳନ ହୋଇପାରିନଥିଲେ ମଧ୍ୟ ଏହା ତଦନ୍ତ ପରିସରଭୁକ୍ତ ରହିଛି ।

Leave A Reply

Your email address will not be published.