Latest Odisha News

BREAKING NEWS

୨ୟ ଦିନିକିଆ ଟକ୍କର: ଟସ୍ ଜିତି ଭାରତକୁ ବ୍ୟାଟିଂ ପାଳି ଦେଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ୨ୟ ଦିନିକିଆ ଟକ୍କରରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ସୁଯୋଗ ଦେଇଛି । ଯାହାଫଳରେ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ପଡିଆକୁ ଓହ୍ଲାଇଛନ୍ତି ।

୧-୦ରେ ଲିଡ କରୁଥିବା ୱେଷ୍ଟଇଣ୍ଡିଜ୍ ଦଳ ଏହି ମ୍ୟାଚ ଜିତିବା ଲକ୍ଷ୍ୟନେଇ ଭାରତୀୟ ଦଳକୁ ମଇଦାନରେ କଡ୍ଡା ଟକ୍କର ଦେବ।

 

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଉଲ୍ଲେଖଯୋଗ୍ୟ, ଗତ ୧୫ ବର୍ଷରୁ ଅଧିକ ହେବ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଲଗାତାର ୨ଟି ଶୃଙ୍ଖଳା ହାରି ନାହିଁ । ସେହିପରି ଭାରତ ମଧ୍ୟ ଘରୋଇ ପରିବେଶରେ କେବେବି କ୍ରମାଗତ ୫ଟି ଦିନିକିଆ ମ୍ୟାଚ୍ରେ ପରାଜିତ ହୋଇନାହିଁ ।

ଯଦି ଆଜିର ମ୍ୟାଚ୍ ବିରାଟ ବାହିନୀ ହାରେ ତାହେଲେ ଭାରତୀୟ ଦଳ ପାଇଁ ଏହା ଏକପ୍ରକାର ପରାଜିତ କୀର୍ତ୍ତି ହୋଇରହିବ । କାରଣ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ଟିକିଆ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳ ଶେଷ ୩ଟି ମ୍ୟାଚ୍ ହାରିଥିଲା । ଆହୁରି ମଧ୍ୟ ବିଶାଖାପାଟଣାରେ ହାରିଲେ ଭାରତ ମଧ୍ୟ ୯ ଦ୍ୱିପାକ୍ଷିକ ଶୃଙ୍ଖଳା ପରେ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜ ଠାରୁ ଶୃଙ୍ଖଳା ହାରିବ ବୋଲି କ୍ରିକେଟ୍ ସମୀକ୍ଷକମାନେ ମତ ଦେଇଛନ୍ତି ।

ଟିମ୍ ଇଣ୍ଡିଆ : ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍, ଋଷଭ ପନ୍ତ୍, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ମହମ୍ମଦ ସାମୀ, ଶାର୍ଦ୍ଦୂଳ ଠାକୁର ଓ କୁଳଦୀପ ଯାଦବ ।

Leave A Reply

Your email address will not be published.