ଭୁବନେଶ୍ୱର: ସର୍ଭେ ଏବଂ ପ୍ରବର୍ତ୍ତନ ବିଭାଗର ଉପ-ନିର୍ଦ୍ଦେଶକଙ୍କ ଆବେଦନ ପରେ ଫରେଷ୍ଟ ପାର୍କ ଅଞ୍ଚଳରେ ବେଆଇନ ଭାବରେ ଚାଲୁଥିବା ଏକ ତିନି ମହଲା ବିଶିଷ୍ଟ କୋଚିଂ ସେଣ୍ଟର୍ କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଭାଙ୍ଗି ଦେଇଥିବା ସୂଚନା ମିଳିଛି।
ତେବେ ପୂର୍ବରୁ BDA କୋଚିଂ ସେଣ୍ଟର ମାଲିକ ମାନଙ୍କୁ ଓ ସେଠାକାର ଲୋକ ମାନଙ୍କୁ ନୋଟିସ୍ ଜାରି କରିଥିଲେ। ଯାହାଫଳରେ ସମ୍ପୂର୍ଣ୍ଣ ଅଭିଯାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିବା ନେଇ BDAର ସ୍ୱତନ୍ତ୍ର ଡ୍ୟୁଟି (ପ୍ରବର୍ତ୍ତନ) ଅଧିକାରୀ ଦେବରାଜ ସେଠୀ କହିଛନ୍ତି।
ଗତ ଦୁଇଦିନ ଧରି ଚାଲିଥିବା ଉଚ୍ଛେଦ ଅଭିଯାନ ମଙ୍ଗଳବାର ଦିନ ଶେଷ ହୋଇଥିଲା। ଯେଉଁଥିରେ ସରକାରୀ ଜମିରେ ନିର୍ମିତ ୫ଟି ଶୌଚାଳୟ, ୨ଟି ପାଣି ଟାଙ୍କି ଏବଂ ୨୫୦ ଫୁଟ ସୀମା କାନ୍ଥ ସମେତ ଅନେକ ଅନଧିକୃତ ସ୍ଥାନ ଗୁଡିକୁ ଭାଙ୍ଗି ଦିଆଯାଇଥିଲା। ତେବେ ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥତିକୁ ଏଡ଼ାଇବା ପାଇଁ ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏୟାରଫିଲ୍ଡ ପୋଲିସ ଷ୍ଟେସନରୁ ଗୋଟିଏ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଥିଲା।
ବର୍ତ୍ତମାନ ସହର ସାରା ଜବରଦଖଲ ବିରୋଧୀ ଅଭିଯାନକୁ BDA ତୀବ୍ର କରିଛି। ଯେଉଁଥିରେ ନୟାପଲ୍ଲୀ ଅଞ୍ଚଳ ମଧ୍ୟ ବାଦ ପଡ଼ିନାହିଁ। ସେଠାରେ ମଧ୍ୟ ପ୍ରାୟ ୫୦୦୦ ବର୍ଗଫୁଟ ସରକାରୀ ଜମିରୁ ଜବରଦଖଲ ହଟାଯାଇଥିଲା। ଏଥିସହିତ ପାଣ୍ଡ୍ରାରେ ମଧ୍ୟ ବିଡିଏ ସ୍କ୍ୱାଡ୍ ଦୁଇ ଦିନିଆ ଅଭିଯାନ ଚଳାଇ ୧.୩ ଏକରରୁ ଅଧିକ ସରକାରୀ ଜମି ପୁନରୁଦ୍ଧାର କରିଥିଲେ।
Comments are closed.