Latest Odisha News

BREAKING NEWS

ଲୋକଙ୍କୁ ସରକାରୀ ସୁବିଧା ଯୋଗାଇଦେବାକୁ ୩ କିମି ପାହାଡ ଚଢିଲେ ବିଡିଓ

ନବରଙ୍ଗପୁର: ଦୁର୍ଗମ ଅଞ୍ଚଳବାସିନ୍ଦାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ୩ କିଲୋମିଟର ପାହାଡ଼ ଚଢ଼ି ଚର୍ଚ୍ଚାରେ କୋରାପୁଟ ଜିଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ । ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରହିଛି ଫୁଟଘର ଗାଁ । ଏଠାରେ ୫ଟି ପରିବାର ବସବାସ କରୁଥିବାବେଳେ, ଏମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ।

ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହାର ଅଳ୍ପ ଦିନ ପରେ ସେ ଫୁଟଘର ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରି ସେ ନିଜ ପ୍ରତିଶ୍ରୁତି ପାଳନ କରିଥିଲେ । ଏବେ ପୁଣି ଥରେ ଆଉ କିଛି ସମସ୍ୟା ରହିଛି କି ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁକୁ ଯାଇଥିଲେ। ସମସ୍ତଙ୍କ ବ୍ୟକ୍ତିଗତ ସମସ୍ୟା ସହ ମୌଳିକ ସମସ୍ୟା ପଚାରିବୁଝିଥିଲେ ।

ଗ୍ରାମକୁ ଲମ୍ବିଥିବା ପାହାଡ଼ିଆ ରାସ୍ତାର କିଛି ଅଂଶରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ରାସ୍ତା କାର୍ଯ୍ୟ ପାଇଁ ଅନୁଦାନ ଆସିଥିବାରୁ ତାହାର ମଧ୍ୟ ସମାଧାନ ହୋଇଯିବ ବୋଲି ଗାଁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.