Latest Odisha News

BREAKING NEWS

ବିଜେଡି ନେତା କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ। ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ହୋଇଥିବା ହାଇଡ୍ରାମାକୁ ନେଇ ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଗତକାଲି ଯାହା ହେଲା ତାହା ଦର୍ଶାଉଛି ଶାସକ ଦଳର ଜଣେ ନିର୍ବାଚନ ପ୍ରତିନିଧି ପ୍ରତି ସମ୍ମାନ ନାହିଁ।

ସେ କହିଛନ୍ତି, ଗତକାଲି ଯାହା ଘଟିଲା ତାହା ଶାସକ ଦଳର ଅନ୍ତଃକନ୍ଦଳ ହୋଇପାରେ। କିନ୍ତୁ ଯାହାଙ୍କ ପ୍ରତି ଏଭଳି ଆଚରଣ କରାଗଲା ସେ ଜଣେ ଜନପ୍ରତିନିଧି। ବିଜେଡିର ଜଣେ ଜନପ୍ରତିନିଧିଙ୍କ ପ୍ରତି କୌଣସି ସମ୍ମାନ ନାହିଁ। ଏବେ ଶାସକ ଦଳର ନେତା ଓ ନିର୍ବାଚନ ପ୍ରତିନିଧିଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। କ୍ରୀତଦାସ ହୁଅ ନହେଲେ ଜେଲ ଯାଅ।

ଗତକାଲି ଫାଇଭ ଟି ସଚିବ ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ସଭା କରିଥିଲେ। ଆଉ ସମାନ ସ୍ଥାନକୁ ଯିବେ ବୋଲି ଗୋପାଳପୁର ବିଧାୟକ କହିଥିଲେ। ଯିଏକି ଏବେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସେ କହିଥିଲେ ତାଙ୍କ ନିର୍ବାଚନମଣ୍ଡଳୀକୁ ସେ ଅଲବତ ଯିବେ ଏଥିପାଇଁ ଖୋଲାଚ୍ୟାଲେଞ୍ଜ ଦେଇଥିଲେ। ଏହାପରେ ରାସ୍ତା ମଝିରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଆଉ ବିଧାୟକଙ୍କୁ ପୋଲିସ ଓ ବିଜେଡି ସମର୍ଥକ ଘେରି ହୋଇ ରହିବାରୁ ଯାଇପାରିନଥିଲେ।

ଅନ୍ୟପଟେ ସଚିବ ବିଧାୟକଙ୍କୁ ପରୋକ୍ଷରେ ବିଶ୍ବାସଘାତକ ବୋଲି କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପିସିସି ସଭାପତି କହିଛନ୍ତି, ଜଣେ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପ୍ରତିନିଧିଙ୍କୁ ସମାଲୋଚନା କରିବାକୁ କିଏ ଅଧିକାର ଦେଲେ ବୋଲି ପ୍ରଶ୍ନ କରିବା ସହିତ ଏକଛାତ୍ରବାଦ ଶାସନ ନାଁରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏକଦା ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ରାଜନୀତିରେ ସବୁଠୁ କ୍ଷମତାଶୀଳ ନେତା ଥିଲେ। ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିନିଧି ଥିଲେ। ସରକାରରେ ଉଚ୍ଚ ଶିକ୍ଷା ଭଳି ମନ୍ତ୍ରୀ ପଦରେ ଥିଲେ। କିନ୍ତୁ ନିକଟରେ ହାଠତ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଆଉ ତାଙ୍କୁ ଜନବିରୋଧୀ କହି ଶାସକ ଦଳ  ବହିଷ୍କାର କରିଛି।

Leave A Reply

Your email address will not be published.