Latest Odisha News

୮୦ ବର୍ଷ ବୟସରେ ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ, ଗାଇଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଗୀତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ୧୦୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ।

ଦେବ କୋହଲିଙ୍କ ଅନ୍ତିମ ଦର୍ଶନ ଆଜି ଅପରାହ୍ନ ୨ଟାରେ ମୁମ୍ବାଇର ଜୁପିଟର ଆପାର୍ଟମେଣ୍ଟରେ ଅନୁଷ୍ଠିତ ହେବ । ଜୋଗେଶ୍ୱରୀ ପଶ୍ଚିମ ଓଶିୱାରା ଶ୍ମଶାନରେ ସନ୍ଧ୍ୟା ୬ଟାରେ ଶେଷ ରୀତିନୀତି କରାଯିବ । ତାଙ୍କର ଘନିଷ୍ଠ ସହଯୋଗୀ ଅନୁ ମଲିକ, ଆନନ୍ଦ ରାଜ ଆନନ୍ଦ, ଉତ୍କଳ ସିଂ ଏବଂ ବଲିଉଡର ଅନ୍ୟ କଳାକାରମାନେ ଆଜି ସନ୍ଧ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ପାକିସ୍ତାନର ରାୱଲପିଣ୍ଡିରେ ଜନ୍ମଗ୍ରହଣ କରିଥିବା ଦେବ କୋହଲି ବଲିଉଡ ଚଳଚ୍ଚିତ୍ର ପାଇଁ ପ୍ରାୟ ଶହେ ଗୀତ ଲେଖିଥିଲେ । ‘ୟେ କାଲି କାଲି ଆଖେଁ’, ‘ମାଇ ନି ମାଇ’ ଏବଂ ‘ଓ ସକି ସକି’ଙ୍କ ସମେତ କେତେକ ହିଟ୍ ହିନ୍ଦୀ ଗୀତ ଦେଇଥିଲେ । ସେ ୧୯୬୯ ମସିହାରେ ଗୁଣ୍ଡା ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଦେବ କୋହଲି ସଲମାନ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ମେନେ ପ୍ୟାର କିୟା’ର ‘କବୁତର ଜା-ଜା’ ଏବଂ ‘ଆଜା ଶାମ ହୋନେ ଆଇ’ ଗୀତ ଏବଂ ‘ଜୁଡୱା-୨’ ର ‘ଉଞ୍ଚି ହେ ବିଲ୍ଡିଂ’ ଏବଂ ‘ଚଲତି ହେ କ୍ୟା ୯ ସେ ୧୨’ ଲେଖିଛନ୍ତି । ଏଥିସହିତ ‘ସୁଟ୍‌ଆଉଟ୍‌ ଆଟ୍‌ ଲୋଖଣ୍ଡୱାଲା’ର ଗୀତ ‘ସାକି-ସାକି’ ଏବଂ ‘ଟ୍ୟାକ୍ସି ନମ୍ବର ୯୧୧’ ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ଲେଖିଛନ୍ତି । ଗୀତିକାର ଦେବ କୋହଲି ପ୍ରସିଦ୍ଧ ସଂଗୀତକାର ଅନୁ ମଲିକ ରାମ ଲକ୍ଷ୍ମଣ ଆନନ୍ଦ ରାଜ ଆନନ୍ଦ ଏବଂ ଆନନ୍ଦ ମିଲିନ୍ଦଙ୍କ ପରି ଅନେକ ସଂଗୀତକାରଙ୍କ ସହ କାମ କରୁଥିବା ବେଳେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି ।

 

 

Leave A Reply

Your email address will not be published.