Latest Odisha News

BREAKING NEWS

କଟକ-ଭୁବନେଶ୍ବରରେ ଜମି କିଣୁଥିଲେ ସାବଧାନ, ଗିରଫ ହେଲା ଠକ ବିକାଶ ପଣ୍ଡା

ଭୁବନେଶ୍ୱର: ଟ୍ବିନ ସିଟିରେ ଜମି କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକଙ୍କ ଉପରେ ଠକଙ୍କ ଆଖି। ଚିକଣିଆ କଥା କହି କରୁଛନ୍ତି ଠକେଇ। ନକଲି କାଗଜପତ୍ର ଏବଂ ପାୱାର ଅଫ୍ ଆଟର୍ଣ୍ଣି ବ୍ଯ଼ବହାର କରି ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ବିକ୍ରି କରୁଥିବା ଜମେ ଠକକୁ କମିଶନରେଟ୍ ପୋଲିସ କରିବା ପରେ ଲୋକଙ୍କ ଠକଙ୍କଠୁ ଦୂରେଇ ରହିବାକୁ ସତର୍କ କରାଇଛି।

ଏହି ଠକମାନେ ଅନ୍ଯ଼ମାନଙ୍କ ଜମିକୁ ବିକ୍ରି କରୁଛନ୍ତି। ଏଥିପାଇଁ ନକଲି କାଗଜ ପତ୍ର ବ୍ୟବହାର କରୁଛନ୍ତି। ଯାହା ଦେଖିବାକୁ ଅସଲି ଭଳି ଲାଗୁଥିଲେ ବି ନକଲି। ଏହିପରି ଏକ ଠକେଇକାରୀ ଗ୍ଯ଼ାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ। ଏହି ରାକେଟର ମାଷ୍ଟରମାଇଣ୍ଡ ବିକାଶ ପଣ୍ଡାକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାଯ଼ୀ, ଏହି ଗ୍ଯ଼ାଙ୍ଗ୍ ଜାଲ୍ ଜମି ଡକ୍ଯ଼ୁମେଣ୍ଟ୍ ଏବଂ ପାୱାର୍ ଅଫ୍ ଆଟର୍ଣ୍ଣି ବ୍ଯ଼ବହାର କରି ଅତି କମରେ ୨୬ ଜଣଙ୍କୁ ଜମି ବିକ୍ରି କରି ଠକେଇ କରିଥିବା ଜଣାପଡ଼ିଛି। ଏପରି କରି ପ୍ରାୟ ୫୦ ଲକ୍ଷ ଟଙ୍କା ଠକିଥିବା ସନ୍ଦେହ କରାଯାଉଛି।

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଅପରାଧ ୟୁନିଟର ଅତିରିକ୍ତ ଡିସିପି ସଞ୍ଜୀବ ସତପଥୀ କହିଛନ୍ତି ଯେ ଜମି ବିକ୍ରିରେ ଠକେଇ ଅଭିଯୋଗ ପରେ ପୋଲିସ ଆଠ ଜଣ ପେସାଦାର ଠକେଇକାରୀଙ୍କୁ ଗିରଫ କରିଛି। ଅନ୍ଯ଼ କେତେଜଣ ଲୋକ ସେମାନଙ୍କ ଦ୍ୱାରା ପ୍ରତାରିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା।

ଏହାପରେ କଟକର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ବିକାଶ ପଣ୍ଡା ନାମକ ଜଣେ ଜମି ଦଲାଲ ତାଙ୍କୁ ଏକ ଜମି ବିକ୍ରି କରିବାକୁ ସହଯୋଗ କରିବେ କହି ୩.୫ ଲକ୍ଷ ଟଙ୍କା ଆଗୁଆ ନେଇଥିଲେ।

ଏହି ମାମଲାର ତଦନ୍ତ ଚାଲିଛି ଏବଂ ବିକାଶ ପଣ୍ଡାଙ୍କୁ ବୁଧବାର ଦିନ ଗିରଫ କରାଯାଇଛି। ସେ କହିଛନ୍ତି ଯେ ତଦନ୍ତ ସମଯ଼ରେ ପୋଲିସ ଜାଣିବାକୁ ପାଇଥିଲା ଯେ ବିକାଶ ପଣ୍ଡା ଅନ୍ଯ଼ ୨୫ ଜଣଙ୍କ ସହ ଜମି କିଣାବିକା ନେଇ ଚୁକ୍ତି କରି ୫୦ ଲକ୍ଷ ଟଙ୍କାରୁ ଅଧିକ ଆଡଭାନ୍ସ ଆକାରରେ ନେଇଥିଲା।

Leave A Reply

Your email address will not be published.