Latest Odisha News

BREAKING NEWS

୧୫ମିନିଟରେ ଦୁଇଟି ଦୁର୍ଘଟଣା, ୧୭ଗାଡି ସହ ୧୬ଜୀବନ୍ତ ଦଗ୍ଧ

ଭେନେଜୁଏଲା: କରାକାସ ନିକଟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକକାଳୀନ ୧୭ଟି ଗାଡି ଜଳିଯିବା ଯୋଗୁଁ ୧୬ଜଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଏବେ ଯାଏ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ୬ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ବିବିସି ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରକ ଗାଡିଗୁଡ଼ିକୁ ଧକ୍କା ଦେବା ପରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିକଟସ୍ଥ ପାର୍କିଂରେ ଥିବା ଗାଡିରେ ନିଆଁ ଲାଗି ବ୍ୟାପିଯାଇଥିଲା।

ଏହି ଦୁର୍ଘଟଣାର ୧୫ ମିନିଟ ପୂର୍ବରୁ ଆଉ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଯୋଗୁଁ ଅନେକ ଗାଡି ରାଜପଥରେ ଅଟକି ରହିଥିଲା। ତା’ପରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକରେ ରାସାୟନିକ ପଦାର୍ଥ ରଖାଯାଇଥିଲା। ଧକ୍କା ହେବା ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ପୋଲିସ କହିଛି ଏହା ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତର ହୋଇଥିବା ୬ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.