ଭୁବନେଶ୍ବର: ଆଗାମୀ ମାର୍ଚ୍ଚ ୩୦ ତାରିଖ (ରବିବାର) ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରୀ । ଚୈତ୍ର ନବରାତ୍ରୀ ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥାଏ । ନବରାତ୍ରୀରେ ମା’ଦୁର୍ଗାଙ୍କ ଆରାଧନା କରାଯାଏ । ତେବେ ଏହି ୯ ଦିନ ଅତ୍ୟନ୍ତ ଶୁଭ । ଏଥର ନବରାତ୍ରୀରେ ମା’ ଦୁର୍ଗା ହାତୀ ଉପରେ ବିରାଜମାନ ହୋଇ ଆସୁଛନ୍ତି । ମା’ ପ୍ରତ୍ୟାବର୍ତ୍ତନ ମଧ୍ୟ ହାତୀ ଉପରେ ବସି କରିବେ । ଏହା ଅତ୍ୟନ୍ତ ଶୁଭ ସଙ୍କେତ ବୋଲି କୁହାଯାଏ ।
ତେବେ ଜ୍ୟୋତିଷଙ୍କ ଅନୁସାରେ, ରବିବାରଠାରୁ ଆରମ୍ଭ ହେବାକୁଥିବା ନବରାତ୍ରୀ ଦିନଠାରୁ ୩ଟି ରାଶିକୁ ବେଶ୍ ସତର୍କ ରହିବାକୁ ପଡିବ ।
କୁମ୍ଭ: ଏହି ରାଶିର ବ୍ୟକ୍ତିବିଶେଷମାନେ ୨୦୨୫ ଚୈତ୍ର ନବରାତ୍ରୀରେ କ୍ୟାରିଅର, ସମ୍ପତ୍ତି, ଶିକ୍ଷା ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏହିଭଳି ପରିସ୍ଥିତିରେ, ଏହି ରାଶିର ବ୍ୟକ୍ତିମାନେ ଅଧିକ ସତର୍କ ରହିବାକୁ ପଡିବ । ସତର୍କ ରହିବେ, ନଚେତ୍ କ୍ଷତି ସହି ପାରନ୍ତି । ଯୋଗ ଏବଂ ଧ୍ୟାନ ବ୍ୟାୟାମ କରିବେ , ଏହାଦ୍ବରା ଶରୀର ସୁସ୍ଥ ରହିବ ।
ବୃଷ: ଏହି ରାଶିର ବ୍ୟକ୍ତିବିଶେଷ ବିବାହିତ ଥିଲେ ଚୈତ୍ର ନବରାତ୍ରୀର ସମୟ କଷ୍ଟକର ହୋଇପାରେ ; କାରଣ ଏହି ସମୟରେ ଆପଣଙ୍କ ପାର୍ଟନରଙ୍କ ସହ ବାଦବିବାଦ ଦେଖାଯାଇ ପାରେ । ଧ୍ୟାନ ରଖିବେ ଖରାପ ବ୍ୟବହାର ସମ୍ପର୍କକୁ ପ୍ରଭାବିତ କରିପାରେ । ଏପରି ପରିସ୍ଥିତିରେ, ଆପଣଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ଏପରି କିଛି କରିବେ ନାହିଁ ଯାହାଦ୍ବାରା ଆପଣଙ୍କ ସମ୍ପର୍କକୁ ଖରାପ କରିବ । ଖର୍ଚ୍ଚର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ହଠାତ୍ ଶତ୍ରୁ ଜାତ ହୋଇପାରନ୍ତି ।
ତୁଳା: ଏହି ରାଶି ଲୋକମାନେ ୨୦୨୫ ଚୈତ୍ରନବରାତ୍ରୀରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ରହଛି । ତେଣୁ ଅର୍ଥ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାଠାରୁ ଦୂରେଇ ରହିବା ଭଲ । ଯଦି ଏହି ରାଶିର ବ୍ୟକ୍ତିବିଶେଷମାନେ ବ୍ୟବସାୟରେ ନିବେଶ କରିବାକୁ ଭାବୁଛନ୍ତି,ତେବେ ବର୍ତ୍ତମାନ ପାଇଁ ସେମାନଙ୍କର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଭଲ । ମାନସିକ ଶାନ୍ତି ପାଇବାକୁ ହେଲେ ଯୋଗ ଏବଂ ଧ୍ୟାନ କରିବା ଆବଶ୍ୟକ ।
Comments are closed.