Latest Odisha News

BREAKING NEWS

ନବରଙ୍ଗପୁରରେ ଭାଲୁ ଆତଙ୍କ, ଭୟଭୀତ ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୁରରେ ଭାଲୁ ଆତଙ୍କ । ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭତରାସିଉନି ଗ୍ରାମରେ । ସେପଟେ ସବୁ ଜାଣି ମଧ୍ୟ ଚୁପ ବସିଛି ବନ ବିଭାଗ ।

ଖବର ମୁତାବକ, ପ୍ରତିଦିନ ପ୍ରାୟ ପାଞ୍ଚଟି ଭାଲୁ ଅଧ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି । ସମଗ୍ର ଅଞ୍ଚଳରେ ଭାଲୁକୁ ନେଇ ଏବେ ଭୟର ବାତାବରଣ ଦେଖାଦେଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି ।

ତେବେ ଗତ ଚାରି ଦିନ ପୂର୍ବେ ଭତରାସିଉନି ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଥିବାବେଳେ, ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି ।

ଅନ୍ୟପଟେ ଗାଁରେ ବାରମ୍ବାର ଭାଲୁ ପଶୁଥିବା ନେଇ ଗ୍ରାମବାସୀ ମାନେ ବାରମ୍ବାର ବନବିଭାଗକୁ ଜଣାଇ ଆସୁଛନ୍ତି । ହେଲେ ବନବିଭାଗ ଏନେଇ କୌଣସି ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି କହିଛନ୍ତି ଗ୍ରାମବାସୀ l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

Comments are closed.