Latest Odisha News

BREAKING NEWS

ଧୁମ୍‌ଧାମ୍‌ରେ ଆୟୋଜିତ ହେଉଥିଲା ସୁନ୍ଦର ଗୋଡ଼ ପ୍ରତିଯୋଗିତା, ଭାଗ ନେଉଥିଲେ କେବଳ ମହିଳା

ଲଣ୍ଡନ: ମିସ୍ ୱାର୍ଲ୍ଡ, ମିସ୍ ୟୁନିଭର୍ସ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଏ, ଯେଉଁଥିରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ପରଖା ଯାଇଥାଏ । ହେଲେ ମହିଳାଙ୍କ ଗୋଡ଼କୁ ନେଇ ପ୍ରତିଯୋଗିତା କରାଯାଇଥାଏ ତାହା ଶୁଣିଛନ୍ତି ? ପୁରାତନ କାଳରେ ମହିଳାଙ୍କ ଚେହେରାର ସୌନ୍ଦର୍ଯ୍ୟ ଅପେକ୍ଷା ପାଦର ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିଲା । ଲଣ୍ଡନରେ ଏମିତି ଏକ ଅଜବ ପ୍ରତିଯୋଗିତା କରାଯାଇଥାଏ, ଯାହାକୁ ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ନିକଟରେ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରାଯାଇଥିଲା , ଯେଉଁଥିରେ ସୁଟ୍‌-ବୁଟ୍ ପିନ୍ଧିଥିବା ଜଣେ ବ୍ୟକ୍ତି ମହିଳାମାନଙ୍କ ଗୋଡ ଦେଖିବା ପରେ ମାର୍କ ଦେଉଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଫଟୋରେ ମହିଳାଙ୍କ ଚେହେରା ଲୁଚି ରହିଛି, କେବଳ ସେମାନଙ୍କର ପାଦ ଦୃଶ୍ୟମାନ ହେଉଛି । ଏହି ଫଟୋ ୧୯୫୦ ମସିହାରେ ଫ୍ରାନ୍ସର ପ୍ୟାରିସରେ ଆୟୋଜିତ ହୋଇଥିବା ସୁନ୍ଦର ଗୋଡ଼ ପ୍ରତିଯୋଗିତାର ବୋଲି ଜଣାଯାଇଛି ।

ବାସ୍ତବରେ, ପୁରାତନ କାଳରେ ଇଂଲଣ୍ଡ ଏବଂ ୟୁରୋପୀୟ ଦେଶରେ ସୁନ୍ଦର ଗୋଡ ପ୍ରତିଯୋଗିତା ଆୟୋଜିତ ହେଉଥିଲା । ଏଥିରେ କେବଳ ମହିଳାମାନେ ହିଁ ସାମିଲ ହେଉଥିଲେ । ଏହି ପ୍ରତିଯୋଗିତାରେ ମହିଳାମାନଙ୍କର ଗୋଡକୁ ଦେଖି ମାର୍କ ଦିଆଯାଉଥିଲା ଏବଂ ତା’ପରେ ସର୍ବାଧିକ ମାର୍କ ରଖିଥିବା ମହିଳା ବିଜେତା ହେଉଥିଲେ । ଏହି ପ୍ରତିଯୋଗିତା ଇଂଲଣ୍ଡରେ ବହୁତ ବଡ଼ ଆକାରରେ ଆୟୋଜିତ ହୋଇଥାଏ । ଏଥିରେ ବିଶେଷକରି ବିଚାରକମାନେ ପୋଲିସ ହୋଇଥାନ୍ତି ।

Leave A Reply

Your email address will not be published.