Latest Odisha News

BREAKING NEWS

ବର୍ଷା ଯୋଗୁ ବାତିଲ ହେଲା ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚ

ଲକ୍ଷ୍ନୌ: ବର୍ଷା ଯୋଗୁ ଆଜି ଏଠାରେ ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଅଧାରୁ ବାତିଲ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆୟୁଷ ବଦାନୀ ଦଳ ପକ୍ଷରୁ ସର୍ବାଧିକ ୫୯ ରନ କରିଥିବା ବେଳେ ନିକୋଲସ ପୁରନ ୨୦ ରନର ଇନିଂସ ଖେଳିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ୧୯.୨ ଓଭରରେ ଦଳ ୭ ୱିକେଟ ବିନିମୟରେ ୧୨୫ ରନ କରିବା ପରେ ବର୍ଷା ହୋଇଥିଲା । ମୋଇନ ଅଲୀ, ମହୀଶ ତୀଖାନା ଓ ମଥୀଷା ପାଥିରନା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ବର୍ଷା ଛାଡିବା ପରେ ୧୯ ଓଭରରେ ଚେନ୍ନାଇ ସମ୍ମୁଖରେ ରିଭାଇଜଡ ଟାର୍ଗେଟ ରଖାଯାଇଥିଲା । ମାତ୍ର ପୁନର୍ବାର ବର୍ଷା ହେବା ଯୋଗୁ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ଉଭୟ ଟିମ ସମାନ ପଂଏଟ ଭାଗ କରିଛନ୍ତି । ଚେନ୍ନାଇ ୧୦ ମ୍ୟାଚରେ ୧୧ ଏବଂ ଲକ୍ଷ୍ନୌ ସମାନ ସଂଖ୍ୟକ ମ୍ୟାଚରେ ୧୧ ପଂଏଟ ହାସଲ କରିଛି । ଆଭରେଜ ଯୋଗୁ ଲକ୍ଷ୍ନୌ ଦ୍ୱିତୀୟ ଏବଂ ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି । ଗୁଜରାଟ ଟାଇଟାନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛି ।

Leave A Reply

Your email address will not be published.