Latest Odisha News

BREAKING NEWS

ଚମକ ତ୍ୱଚା ପାଇଁ ଲଗାନ୍ତୁ ୩ ପ୍ରକାରର ଆଇସ୍ କ୍ୟୁବ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚା ପାଇଁ ଆଇସ୍ କ୍ୟୁବ ବା ବରଫ ବହୁତ ଲାଭଦାୟକ। ମୁହଁ ଏବଂ ବେକରେ ବରଫ ଘଷିବା ଦ୍ୱାରା ସୂର୍ଯ୍ୟକିରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ତ୍ୱଚାକୁ ଏକ ପ୍ରାକୃତିକ ଚମକ ଆଣିବା ପାଇଁ ବରଫ ସାହାଯ୍ୟ କରେ। ଏହା ଆଖି ତଳ କଳା ଦାଗ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ତ୍ୱଚା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରି ଆଇସ କ୍ୟୁବ୍ ତିଆରି କରିପାରିବେ। ଏହାକୁ ତିଆରି କରିବା ଅତି ସହଜ। କାକୁଡି, ଆଲୋ ଭେରା ଏବଂ ଗୋଲାପ ଜଳ ପରି ପ୍ରାକୃତିକ ଉପାଦାନ ବ୍ୟବହାର କରି ଆପଣ ଏହି ଆଇସ୍ କ୍ୟୁବ୍ ତିଆରି କରିପାରିବେ।

ଆଲୋ ଭେରା ଆଇସ କ୍ୟୁବ୍
ଆଲୋ ଭେରା ବା ଘିକୁଆଁରୀ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ଦ୍ରବ୍ୟରେ ବ୍ୟବହୃତ ହୁଏ। ଏହା ତ୍ୱଚାର ଅତ୍ୟଧିକ ତେଲିଆପଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ। ଆପଣ ଏଥିରେ ତୁଳସୀ ପତ୍ର ମଧ୍ୟ ମିଶାଇ ପାରିବେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି। ଏହି ଦୁଇଟିର ମିଶ୍ରଣ ବ୍ୟବହାର କରିବା ଦ୍ୱାରା ସନବର୍ଣ୍ଣ ଭଳି ସମସ୍ୟା ଦୂର ହେବ। ଆଲୋ ଭେରା ଆଇସ କ୍ୟୁବ୍ ତିଆରି କରିବାକୁ ହେଲେ ପ୍ରଥମେ ଏକ କପ୍ ପାଣିରେ ତୁଳସୀ ପତ୍ରର ଏକ ପେଷ୍ଟ ମିଶାନ୍ତୁ। ଏଥିରେ ଦୁଇ ଚାମଚ ଆଲୋ ଭେରା ଜେଲ୍ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ଏକ ଆଇସ କ୍ୟୁବ୍ ଟ୍ରେରେ ରଖି ଫ୍ରିଜରେ ରଖନ୍ତୁ। ଏହି ମିଶ୍ରଣର ଆଇସ କ୍ୟୁବ୍ ତିଆରି କରିବା ପରେ, ଏହାକୁ ବ୍ୟବହାର କରନ୍ତୁ।

ଗୋଲାପ ଜଳ ଆଇସ୍ କ୍ୟୁବ୍
ଗୋଲାପ ଜଳରୁ ନିର୍ମିତ ଆଇସ୍ କ୍ୟୁବ୍ ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ। ତ୍ୱଚାକୁ ଫ୍ରି ରେଡିକାଲ୍ସର କ୍ଷତିରୁ ରକ୍ଷା କରେ। ରିଙ୍କଲ୍ସ କମାଇବା ପାଇଁ ମଧ୍ୟ ଏହା ସାହାଯ୍ୟ କରେ। ଗୋଲାପ ଜଳର ଆଇସ କ୍ୟୁବ୍ ତିଆରି କରିବାକୁ ହେଲେ ଗୋଲାପ ଜଳକୁ ଏକ କପ୍ ପାଣିରେ ମିଶାନ୍ତୁ। ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ଏକ ବରଫ ଟ୍ରେରେ ରଖି ଫ୍ରିଜରେ ରଖିଦିନ୍ତୁ। ଆପଣ ଏହାକୁ ନିୟମିତ ବ୍ୟବହାର କରିପାରିବେ। ଏହା ଆପଣଙ୍କ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ।

କାକୁଡିର ଆଇସ କ୍ୟୁବ୍
କାକୁଡିରେ ପାଣିର ମାତ୍ରା ପ୍ରଚୁର ପରିମାଣରେ ଥାଏ। ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହା ତ୍ୱଚାକୁ ସଫା ଏବଂ ପ୍ରାକୃତିକ ଭାବରେ ଚମକାଇବାରେ ସାହାଯ୍ୟ କରେ। ଏହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ସହ ବ୍ରଣ କମାଇବାରେ ହ୍ରାସ କରେ। ଏହାକୁ ପ୍ରସ୍ତୁତ କରିବା ପାଇଁ କାକୁଡି କାଟି ଏକ ପ୍ୟୁରି ପ୍ରସ୍ତୁତ କରି ଏଥିରେ କିଛି ଲେମ୍ବୁ ରସ ମିଶାଇନ୍ତୁ। ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ଏକ ବରଫ ଟ୍ରେରେ ରଖି ଫ୍ରିଜରେ ରଖନ୍ତୁ। ଆଇସ କ୍ୟୁବ ହେବା ପରେ ଏହାକୁ ତ୍ୱଚାରେ ବ୍ୟବହାର କରନ୍ତୁ।

Leave A Reply

Your email address will not be published.