Latest Odisha News

BREAKING NEWS

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୯ ଜଣ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରହିଛନ୍ତି ୫ ଜଣ ଶିକ୍ଷକ ।

ତେବେ ଶିକ୍ଷକ ରବିକାନ୍ତ ମୁଣ୍ଡାଙ୍କ ଗତ କିଛି ଦିନ ତଳେ କାମାକ୍ଷାନଗର ବ୍ଲକକୁ ବଦଳି ହୋଇଥିବା କାରଣରୁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.