Latest Odisha News

BREAKING NEWS

ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ ଆନନ୍ଦ ଆହୁଜା ତାଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ଜଣାଯାଇଛି । ୟୁନିସେଫ୍‌ର ଆମ୍ବାସାଡର ଭାବରେ ଭାରତରେ ନିଜର କିଛି ପ୍ରତିବଦ୍ଧତା ପୂରା କରିବା ଲାଗି ବେକ୍‌ହାମ୍ ମୁମ୍ବାଇ ଆସିଛନ୍ତି ।

ସେ ସୋନମ-ଆନନ୍ଦଙ୍କ ନିମନ୍ତ୍ରଣ ରକ୍ଷା କରି ସେମାନଙ୍କ ବାସଭବନକୁ ଆସିିଥିଲେ । ସୋନମଙ୍କ ବଙ୍ଗଳା ଆଗରେ କଳା ପୋଷାକ ପରିହିତ ବେକ୍‌ହାମ୍‌ଙ୍କ ସହିତ ଲାଲ୍ ଶାଢ଼ିରେ ସୋନମଙ୍କୁ ଦେଖିବାକୁ ମିଳିଥିଲା । ସୋନମଙ୍କ ବେଶଭୂଷା ବେଶ୍ ଆକର୍ଷଣୀୟ ଜଣାପଡୁଥିଲା । ବୁଧବାର ମୁମ୍ବାଇର ଓ ୍ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍ କ୍ରିକେଟ୍‌ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଉପଭୋଗ କରିଥିଲେ ବେକ୍‌ହାମ୍ । ତାହା ପୂର୍ବରୁ ସେ ତାଙ୍କ ଗୁଜରାଟ ଗସ୍ତ ସଂକ୍ରାନ୍ତ ବିଭିନ୍ନ ଫଟୋଗୁଡ଼ିକୁ ସୋସିଆଲ ମିଡ଼ିଆରେ ସେୟାର କରି ଭାରତରେ ନିଜର ଉପସ୍ଥିତି ଜାହିର କରିଥିଲେ ।

ସୋନମଙ୍କ ଏହି ପାର୍ଟିରେ ଅନେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ । ଅଭିନେତା ଅନୀଲ କପୁର, ସଞ୍ଜୟ କପୁର, କରୀଶ୍ମା କପୁର, ମଲାଇକା ଅରୋର଼ା, ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ପ୍ରମୁଖ ଯୋଗ ଦେଇ ବେକ୍‌ହାମ୍‌ଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.