Latest Odisha News

BREAKING NEWS

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୨୮୬୦ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୮ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା। ୮ ପ୍ରକଳ୍ପରେ ନିବେଶ ହେବ ମୋଟ ୧୩୯୭ କୋଟି ୧୮ ଲକ୍ଷ ଟଙ୍କା। ୮ ଶିଳ୍ପ ପ୍ରକଳ୍ପରେ ନିଯୁକ୍ତି ପାଇବେ ମୋଟ ୨୮୬୦ ଜଣ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଆଜି ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଛି।

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଏହାସହ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ଆହୁରି ଦୃଢ କରିବ। ପ୍ଲାଷ୍ଟିକ୍, ବୈଷୟିକ ବୟନ ଏବଂ ଆଲୁମିନିୟମ୍ କ୍ଷେତ୍ରରେ ନିବେଶ ଓଡିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଇସ୍ପାତ କ୍ଷେତ୍ରକୁ ସ୍ୱୀକୃତି ଏହି ଅଞ୍ଚଳର ସମୃଦ୍ଧ ଖଣିଜ ସମ୍ପଦ ଏବଂ ଧାତବ ବିଶେଷଜ୍ଞତାକୁ ଆଲୋକିତ କରିଛି।ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା ଆଇଟି କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କୃଷି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ବୃଦ୍ଧି ହୋଇଛି। ଏହା ରାଜ୍ୟର କୃଷି କ୍ଷମତାକୁ ଦର୍ଶାଉଛି।

ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ସ୍ୱରୂପ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ରାଜ୍ୟର ୬ଟି ଜିଲ୍ଲାରେ ଏହି ସବୁ ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍, ପ୍ଲାଷ୍ଟିକ୍ କଣ୍ଟେନର, ଲେନୋ ବ୍ୟାଗ୍, ପିପି ୱେନ୍ ବ୍ୟାଗ୍, ପିପି ୱେନ୍ ଫେବ୍ରିକ୍ସ ଆଣ୍ଡ କୋରଗେଟେଡ୍ ବକ୍ସ ପାଇଁ ୬୨.୩୮ କୋଟି ଟଙ୍କା ବିନିଯୋଗରେ ବାର୍ଷିକ କ୍ଷମତା ୯୬୦୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏହାର ଉତ୍ପାଦନ ୟୁନିଟ୍ ଖୋର୍ଦ୍ଧାରେ ରହିଛି। ଏହି ଉଦ୍ୟୋଗ କେବଳ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି ଦୁଇ କମ୍ପାନୀ ପ୍ରାୟ ୧୮୮.୯୮ କୋଟି ଟଙ୍କା ନିବେଶ କରିଛନ୍ତି । ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ୪୦୩ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ।

Leave A Reply

Your email address will not be published.