Latest Odisha News

ଗୋମାଂସକୁ ନେଇ ଉତ୍ତେଜନା, ଜଣେ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁରେ ଅଭାନୀୟ କାଣ୍ଡ ଘଟିଛି। ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ ପାଇଁ ଘରେ ରଖିଥିଲା ଜଣେ ବ୍ୟକ୍ତି। ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଗୋମାଂସ ଜବତ କରିଛି ଭଷ୍ମା ଥାନା ପୋଲିସ ।

ସୂଚନା ମୁତାବକ, ମୁଣ୍ଡାଗାଁର ଜଣେ ବ୍ୟକ୍ତି ଏକ ବାଛୁରୀକୁ ହତ୍ୟା କରି ତାର ମାଂସ ଚାଲାଣ କରିବା ପାଇଁ ଘରେ ରଖିଥିଲା। ଏହା ଜାଣିବାକୁ ପାଇଥିଲେ ଗ୍ରାମବାସୀ। ଏ ବିଷୟରେ ଜାଣିବା ପରେ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଗାଁରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଗୋମାଂସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଭଷ୍ମା ଥାନା ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Comments are closed.