Latest Odisha News

BREAKING NEWS

ସାମ୍ନାକୁ ଆସିଲା ସୌମ୍ୟାଶ୍ରୀ ବାପାଙ୍କ ଗୁହାରି; ଆଇସିସିଙ୍କୁ ଆଗୁଆ କହିଥିଲେ ଝିଅ କିଛି ବି କରିପାରେ…

ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ଧିରେ ଧିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଘଟଣାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ସୌମ୍ୟାଶ୍ରୀ ବିଶିଙ୍କୁ ଏଚଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା ନେଇ ଗତ ୧ ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ଦିଲୀପ ଘୋଷଙ୍କଠାରେ ଅଭିଯୋଗ ହୋଇଥିଲା । ଏହାପରେ ସୌମ୍ୟାଶ୍ରୀଙ୍କ ବାପା ଅଧ୍ୟକ୍ଷଙ୍କଠାରେ ପହଞ୍ଚି କହିଥିଲେ ଯେ, ଯଦି ଏଥିପ୍ରତି ଦୃଷ୍ଟି ନ ଦିଆଯାଏ ତେବେ ମୋ ଝିଅ କିଛି ବି କରିପାରେ । ଏନେଇ ସେ ଆଇସିସି ନିକଟରେ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ।

ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିଥିଲି । କ୍ଲାସ୍‌ରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ ସାର୍‌ । ଏଥିପାଇଁ କିଛି ପିଲା ଝିଅକୁ ଟାହି ଟାପରା କରୁଥିବା ସାଙ୍ଗମାନେ ଜଣାଇଥିଲେ । ସାର୍‌ ଙ୍କ ଅଶାଳୀନ ମନ୍ତବ୍ୟ ଓ ଅଶ୍ଳୀଳ ଇଙ୍ଗିତ ସମ୍ପର୍କରେ ଝିଅ ତା’ ମାଆଙ୍କୁ କହିଥିଲା ବୋଲି ସୌମ୍ୟାଶ୍ରୀଙ୍କ ବାପା ଅଧ୍ୟକ୍ଷ ଓ ଆଇସିସି ନିକଟରେ ଜଣାଇଥିଲେ ।

ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ । ସୋମବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଏଚଓଡି ସମୀର ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା । ଏହାପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନ୍ୟପଟେ, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ଶେଷ ହୋଇଛି ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ଏହି ଘଟଣାରେ ଆଜି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଡ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏଥିରେ ଅଛନ୍ତି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, କ୍ରାମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ଟିମ୍ । ଏହି ଘଟଣାରେ ଆଜି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଡ କଲେ ଉଚ୍ଚଶିକ୍ଷା ବିଭାଗର ଟିମ୍ ।

 

Comments are closed.