Latest Odisha News

BREAKING NEWS

ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମୋଦୀ, ଶାହଙ୍କୁ ଭେଟିଲେ ସିନ୍ଦେ ଏବଂ ଫଡନାଭିସ

ନୂଆଦିଲ୍ଲୀ: ଶିବସେନାର ଦଳୀୟ ଚିହ୍ନ କେହି ଛଡାଇ ନେଇପାରିବେନି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଏପରି କହିଥିଲେ। ତାଙ୍କ ସମର୍ଥନରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସମର୍ଥନ କମ୍ ଥିବାରୁ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବା ପରେ ଉଦ୍ଧବ ଠାକରେ ଏପରି ବୟାନ ଦେଇଥିଲେ। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ସମୟ କହିବ କି ଶିବସେନାର ଚିହ୍ନ (ଧନୁ ତୀର) ପାଇଁ ନିର୍ବାଚନ ଆୟୋଗଙ୍କ ପାଖରେ ଦ୍ୱାରସ୍ଥ ହେବ କି ନାହିଁ।

BjdElectrycity

ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେ ଦିଲ୍ଲାରେ ରହିଛନ୍ତି। ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ପକ୍ଷରୁ ଦାୟର ଆବେଦନ ଉପରେ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହାପୂର୍ବରୁ ଏକନାଥ ଏବଂ ଫଡନାଭିସ ଦିଲ୍ଲୀ ଆସିବା ଏବଂ ବିଭିନ୍ନ ନେତାଙ୍କୁ ଭେଟିଛନ୍ତି।

କିଛି କହୁଛନ୍ତି ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଦିଲ୍ଲୀରେ ଆଲୋଚନା କରୁଛନ୍ତି ଦୁଇ ନେତା । ଆଉ କିଛି କହୁଛନ୍ତି କୋର୍ଟର ସମ୍ଭାବ୍ୟ ଶୁଣାଣିକୁ ନେଇ ଦୁଇ ନେତା ଦିଲ୍ଲୀରେ ପ୍ରସ୍ତୁତି କରୁଛନ୍ତି।

ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ ବିଜେପିକୁ ସମର୍ଥନ କରି କହିଛନ୍ତି, ଲୋକମାନେ କହୁଥିଲେ ବିଜେପି କ୍ଷମତା ପାଇଁ ଭୋକିଲା ଥିବାରୁ ସରକାର ଭାଙ୍ଗିଛି। ଏବେ ବିଜେପିକୁ ନେଇ କେହି କିଛି କହିପାରିବେ ନାହିଁ। ଆମେ ଉଦ୍ଧବ ଠାକରେଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ ଯେ ଶିବସେନା ବିଧାୟକମାନେ ନିଜର ମୂଲ୍ୟ ହରାଉଛନ୍ତି। ବାଲାସାହେବ ଠାକରେ କେବେ ବି ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି କହୁଥିଲେ। ସେ କହୁଥିଲେ ଯେ ଯଦି ତାଙ୍କୁ କଂଗ୍ରେସ, ଏନସିପି ସହ ହାତ ମିଳାଇବାକୁ ପଡ଼େ, ତେବେ ସେ ଶିବସେନାକୁ ଛାଡ଼ିଦେବେ।

ଏକନାଥ ସିନ୍ଦେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ରହିଛି  । ଏହି ସରକାର ପ୍ରତିଷ୍ଠା କରିଛି କାରଣ ଏହା ଲୋକଙ୍କ ଇଚ୍ଛାଥିଲା। ଏହି ସରକାରକୁ କେନ୍ଦ୍ର ସରକାରଙ୍କ ସହାୟତା ମିଳିବ ବୋଲି ସିନ୍ଦେ କହିଛନ୍ତି।

Leave A Reply

Your email address will not be published.