Latest Odisha News

ସାଉଥ ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଚାହୁଁ ନାହାନ୍ତି ସନ୍ତାନ

ମାଡ୍ରାସ: ବିବାହର ୧୦ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଉପାସନା ଏବେ ବି ମାଆ ହେବାକୁ ଚାହୁଁ ନାହାନ୍ତି । ମୁଁ ମୋ ବାହାଘର ନେଇ ବେଶ ଖୁସି ଅଛି ଓ ଏହି ଜୀବନକୁ ଭରପୂର ଉପଭୋଗ କରୁଛି । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନ ମଧ୍ୟ ଅଛି । ଅନ୍ୟମାନଙ୍କ କଥାରେ ପଡି ମୁଁ କୌଣସି ପ୍ରକାର ଭୁଲ ନିଷ୍ପତି ନେବାକୁ ଚାହୁଁନି । ତାଙ୍କର ଏହି ନିଷ୍ପତିକୁ ସ୍ପିରିଚୁଆଲ ଲିଡର ସଦଗୁରୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଜନସଂଖ୍ୟା ବୃଦ୍ଧି ପ୍ରତି ସଚେତନତା ହେବା ଜରୁରୀ । ମନୁଷ୍ୟ ସଂଖ୍ୟା କମିଲେ ସ୍ୱତଃ ଗ୍ଲୋବାଲ ୱାର୍ମିଂ ସମସ୍ୟାର ସମାଧାନ ହୋଇଯିବ ।

ରାମଚରଣ ମଧ୍ୟ ତରବରିଆ ଭାବେ କୌଣସି ନିଷ୍ପତି ନେବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ମେଗାଷ୍ଟାର ଚିରଞ୍ଜିବୀଙ୍କ ପୁତ୍ର ଭାବେ ମୋ କର୍ତବ୍ୟ ହେଲା ଦର୍ଶକଙ୍କ ମନୋରଂଜନ କରିବା । ସେଥିପାଇଁ ଉଭୟ ଆଉ କିଛି ଦିନ ଅପେକ୍ଷା କରିବୁ ବୋଲି କହିଛନ୍ତି । ରାମଚରଣ ଓ ଉପାସନା କଲେଜ ବେଳୁ ପ୍ରେମରେ ପଡିଥିଲେ । ୨୦୧୨ରେ ଉଭୟଙ୍କ ବିବାହ ହୋଇଥିଲା ।

Leave A Reply

Your email address will not be published.