Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

​​​​​​​ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ମ୍ୟାଡାମ। ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନା’ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ସୂଚନା ଅନୁସାରେ, ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଜମିର କିସମ ସଂଶୋଧନ କରାଇଦେବା ପାଇଁ ସ୍ମୁତି ୮ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଥିଲେ।

ସ୍ମୁତି ତାଙ୍କର ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ସ୍ଥାନରେ ଏକକାଳୀନ ତଲାସ କରାଯାଉଛି। ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।

Comments are closed.