ବ୍ରସେଲ୍ସ: କରୋନା ଆଁରେ ସାରା ବିଶ୍ୱ । ଏହାର ପ୍ରତିଷେଧକ ବାହାର କରିବାକୁ ଲାଗିପଡିଛନ୍ତି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ । ଏହି ଟୀକା ଉଦ୍ଭାବନ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ। ଟୀକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ମାରାଥନ ଦୌଡୁଛନ୍ତି ଏହି ବୃଦ୍ଧ।
ଏହି ବ୍ୟକ୍ତି ଜଣଙ୍କ ପେସାରେ ଜଣେ ଡାକ୍ତର ଥିବା ଏହି ବୃଦ୍ଧ ହେଉଛନ୍ତି ବେଲଜିୟମର ଆଲଫନ୍ସ ଲିମପୋଏଲ । ମାରାଥନରୁ ଆସୁଥୁବା ଅର୍ଥ ସେ ଟୀକା ପାଇଁ ଗବେଷଣା ଚାଲିଥିବା ଲିଉଭେନ ବିଶ୍ୱ ବିଦ୍ୟାଳୟ ଅଧିନ ଡାକ୍ତରଖାନାକୁ ଦେବେ ବୋଲି ଘୋଷଣା କରିଛନ୍ତି ।
ଗତ ଏକ ସପ୍ତାହ ମଧ୍ୟରେ ସେ ୬ ହଜାର ୟୁରୋ ସଂଗ୍ରହ କରି ଏହି ଗବେଷଣା ପାଇଁ ଦାନ କରି ସାରିଛନ୍ତି ।ଗତ ୧ ତାରିଖରୁ।ଦୌଡ଼ିବା ଆରମ୍ଭ କରିଥିବା ଏହି ବୃଦ୍ଧ ମାସ ଶେଷ ଯାଏଁ ଦୌଡ଼ିବେ ବୋଲି ଶୁଣିବାକୁ ମିଳିଛି ।
Comments are closed.