Latest Odisha News

BREAKING NEWS

ୟୁରୋ କପରେ କମାଲ କଲା ବେଲଜିୟମ, ଚାମ୍ପିୟନ ପର୍ତୁଗାଲକୁ ହରାଇ କ୍ୱାର୍ଟରରେ

ନୂଆଦିଲ୍ଲୀ: ୟୁରୋକପ ଫୁଟବଲରେ ଆଜି ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି ବେଲଜିୟମ । ପ୍ରି-କ୍ୱାର୍ଟର ମୁକାବିଲାରେ ବେଲଜିୟମ ଚାମ୍ପିୟନ ପର୍ତୁଗାଲକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ବେଳଜିୟମ ଏବଂ ଇଟାଲୀ ମଧ୍ୟରେ ମୁକାବିଲା ହେବ । ପର୍ତୁଗାଲ ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ଏହି ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରିଥିଲେ ଆନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋରର ହୋଇଥାନ୍ତେ ।

ଥୋଗାନ ହଜାର୍ଡ ମ୍ୟାଚର ୪୨ତମ ମିନିଟରେ ଏକମାତ୍ର ବିଜୟସୂଚକ ଗୋଲଟି ସ୍କୋର କରିଥିଲେ । ୪୧ ବର୍ଷ ହେବ ବେଲଜିୟମ ୟୁରୋ କପ ଫାଇନାଲରେ ପ୍ରବେଶ କରିପାରି ନାହିଁ । ଟୁର୍ଣ୍ଣାମେଂଟରେ ଏ ପର୍ଯ୍ୟନ୍ତ ବେଲଜିୟମ ପରାଜୟର ସ୍ୱାଦ ଚାଖି ନାହିଁ । କ୍ୱାଲିଫାୟରର ୧୦ ଏବଂ ଟୁର୍ଣ୍ଣାମେଂଟର ୪ମ୍ୟାଚରେ ଦଳ ବିଜୟ ହାସଲ କରିଛି ।

Leave A Reply

Your email address will not be published.