Latest Odisha News

ଦେହଜୀବିଙ୍କୁ ମିଳିବ ଭତ୍ତା ସାଙ୍ଗକୁ ମାତୃତ୍ବ ଛୁଟି

ନୂଆଦିଲ୍ଲୀ: ଏଣିକି ସେକ୍ସ ଓ୍ବାକର୍ସ ବା ଦେହଜୀବି ବି ପାଇବେ ସାଧାରଣ ମହିଳା କର୍ମଚାରୀଙ୍କ ଭଳି ସୁବିଧା । ସେମାନଙ୍କୁ ବି ମିଳିବ ପେନସନ୍ ସାଙ୍ଗକୁ ମାତୃତ୍ବ ଛୁଟି । ଦେହଜୀବୀ ମହିଳାମାନଙ୍କ ଅଧିକାରକୁ ଅଧିକ ସୁରକ୍ଷିତ କରିବା ପାଇଁ କିଛି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ବେଲଜିୟମ ସରକାର। ଯାହାକି ସାରା ବିଶ୍ବରେ ପ୍ରଥମ । ପୂର୍ବରୁ ୨୦୨୨ରେ ଯୌନ କାର୍ଯ୍ୟକୁ ଅପରାଧମୁକ୍ତ କରିବା ପରେ ଏବେ ଦେହଜୀବି କରୁଥିବା ମହିଳାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଏବଂ ମାତୃତ୍ବ ଛୁଟି ଆଣିବାକୁ ଯାଉଛନ୍ତି ସରକାର ।

ବାସ୍ତବରେ ବେଲଜିୟମ ସରକାରଙ୍କ କହିବା କଥା କୌଣସି ବୃତ୍ତି ଛୋଟ ନୁହେଁ । ଯୌନ କର୍ମୀଙ୍କ ପାଇଁ ଏକ ନିରାପଦ ଏବଂ ସମାନ କାର୍ଯ୍ୟ ପରିବେଶ ଯୋଗାଇବାରେ ସରକାର ପ୍ରତିଶ୍ରୁତି ବଦ୍ଧ । ଏହା ବ୍ୟତୀତ ଏହି ନୂଆ ନିୟମ ଯୌନ କର୍ମୀଙ୍କ ପ୍ରତି ଥିବା ଆଇନଗତ ଢାଞ୍ଚାରେ ଭେଦଭାବକୁ ଦୂର କରିବା ସହ ଏହି ବୃତ୍ତିରେ ଥିବା କଳଙ୍କକୁ ହ୍ରାସ କରିବ । ଏଥିସହିତ ଯୌନ କର୍ମୀଙ୍କ ପାଇଁ ସମାନତା ଓ ସ୍ୱୀକୃତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖିଛନ୍ତି ବେଲଜିୟମ ସରକାର। ଯାହା ଅନ୍ୟ ଦେଶ ପାଇଁ ଉଦାହରଣ ସୃଷ୍ଟି କରିବ ।

ସେଥିପାଇଁ ସରକାର ଆଣିଥିବା ନୂଆ ନିୟମରେ ଦେହଜୀବିଙ୍କ ସୁରକ୍ଷା ପାଇଁ ବିଭିନ୍ନ ନିୟମ ରହିଛି । ସେମାନଙ୍କୁ ଭତ୍ତା ଯୋଗାଇଦେବା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ଏବଂ ମାତୃତ୍ବ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ବ୍ୟତୀତ ନୂଆ ନିୟମରେ ଯୌନ କର୍ମୀଙ୍କ ସୁରକ୍ଷା ମାନଦଣ୍ଡ ଏବଂ ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଅଧିକାର ଅନୁଯାୟୀ, ବେଲଜିୟମର ସେକ୍ସ ୱାର୍କରମାନେ ଗ୍ରାହକମାନଙ୍କୁ ମନା କରିପାରିବେ। ସେମାନଙ୍କ ସ୍ୱୀକୃତି ବିନା କୌଣସି ଗ୍ରାହକ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ । ଏହା ସଂପୂର୍ଣ୍ଣ ସେମାନଙ୍କ ଅଧିକାର ଶ୍ରେଣୀଭୁକ୍ତ ରହିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଛି ।

ତେବେ ଦେଖାଯାଉ ବେଲଜିୟମ ସରକାରଙ୍କ ଏଭଳି ପଦକ୍ଷେପକୁ କିପରି ଆପଣାଉଛନ୍ତି ଅନ୍ୟଦେଶ । ଏହା ଅନ୍ୟ ଦେଶ ମାନଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.