ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍ ଉପରେ ଗତ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତରଫରୁ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ନର୍ସିଂହୋମଗୁଡ଼ିକରେ ମାଳମାଳ ତୃଟି ସାମ୍ନାକୁ ଆସିଥିଲା। ଯୋଗ୍ୟତା ଅନୁଯାୟୀ ନର୍ସ ନଥିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା, ଏପରିକି ଯୁକ୍ତ ଦୁଇ ଯୋଗ୍ୟତାଧିକାରୀ ବ୍ୟକ୍ତିମାନେ ଅେସ୍ତ୍ରାପଚାର କଠୋରୀରେ ନିୟୋଜିତ ହୋଇଥିବା ଜଣାପଡ଼ିଥିଲା। ଏଭଳି ଅନେକ ତୃଟି ପାଇବା ପରେ ବିଧିବଦ୍ଧ ଭାବେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସମସ୍ତ ଛ’ଟି ନର୍ସିଂହୋମକୁ ନୋଟିସ୍ କରାଯାଇଛି। ସେଗୁଡ଼ିକ ହେଲା ଭାବାନଗରସ୍ଥିତ ଆସ୍ଥା ହସ୍ପିଟାଲ୍, ଗେଟ୍ବଜାର ଛକରେ ଥିବା ଅମିତ ହସ୍ପିଟାଲ୍, ବ୍ରହ୍ମପୁର କାର୍ଡିଆକ ସେଣ୍ଟ, ଜଗନ୍ନାଥ ହସ୍ପିଟାଲ, ଯଶୋଦା ଡାଇଗ୍ନୋସିସ୍ ଏବଂ ଆସ୍ଥା ହସ୍ପିଟାଲ୍।
ମହାନଗର ନିଗମର କମିଶନର ସୋନାଲଙ୍କ ତରଫରୁ ଜାରି ନୋଟିସ୍ରେ ଉଲ୍ଲେଖ କରାଯାଇଛି ଯେ, ଯୋଗ୍ୟତା ନଥିବା ବ୍ୟକ୍ତିମାନେ ଚିକିତ୍ସା ସେବାରେ ନିୟୋଜିତ ହୋଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶଚିଠା ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକାଲ୍ ଅନୁଯାୟୀ ନଥିଲା। ଅପରେସନ ଥିଏଟରରେ ଥିବା ଉପକରଣଗୁଡ଼ିକର ମାନ ନିମ୍ନମାନର ଥିଲା। ଜୀବନ ରକ୍ଷାକାରୀ ଉପକରଣ ନଥିଲା। ଥିଏଟର ଭିତରେ ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ଥ ଥିଲା। ଡାକ୍ତର ଏବଂ ଫାର୍ମାସିଷ୍ଟମାନଙ୍କ ଡ୍ୟୁଟି ତାଲିକା ନଥିଲା। ହସପିଟାଲ୍ ହେଉ କିମ୍ବା ନର୍ସିଂହୋମ୍, ସବୁଠି ଜଣେ ଡାକ୍ତର ୨୪ ଘଣ୍ଟା ନିୟୋଜିତ ରହିବା ଆବଶ୍ୟକ, ଯାହା ଚଢ଼ଉ ବେଳେ ଦେଖିବାକୁ ମିଳିନଥିଲା। ଷ୍ଟାଫନର୍ସମାନେ ଓଡ଼ିଶା ନର୍ସେସ୍ ଆଣ୍ଡ ମିଡୱାଇଭ୍ କାଉନସିଲ(ଓଏନ୍ଏମ୍ଏସି)ରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ। କିନ୍ତୁ ଉଭୟ ନର୍ସିଂହୋମରେ ନିୟୋଜିତ ଷ୍ଟାଫନର୍ସମାନେ ପଞ୍ଜିକୃତ ହୋଇନାହାନ୍ତି। ବାୟୋ ମେଡ଼ିକାଲ ୱେଷ୍ଟ୍(ବିଏମଡବ୍ଲୁ)କୁ ନଷ୍ଟ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ କୌଣସି ପ୍ରଚାରପତ୍ର ଦେଖିବାକୁ ମିଳିନଥିଲା।
ସେହିଭଳି ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ମଧ୍ୟ ତୃଟି ଦେଖିବାକୁ ମିଳିଥିଲା। ନିୟମିତ ଅଭ୍ୟାସ କିମ୍ବା ଅଗ୍ନି ମୁକାବିଲା ପାଇଁ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇ ନାହିଁ। ନିଆଁ ଲାଗିଲେ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ। ଏତଦ୍ ବ୍ୟତିତ କର୍ମଚାରୀଙ୍କୁ ଟିକା ପ୍ରଦାନ, ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା, ବାର୍ଷିକ ରିପୋର୍ଟ ପ୍ରସ୍ତୁତ, ଆଇସିୟୁ ରେଜିଷ୍ଟ୍ରାର ନାହିଁ, ଔଷଧ ଦୋକାନରେ ଫାର୍ମସିଷ୍ଟ ନଥିବା ସହିତ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏସବୁ ଅବ୍ୟବସ୍ଥାର ଜବାବ ବାବଦରେ ୧୫ଟି ପଏଣ୍ଟରେ ଉତ୍ତର ମଗାଯାଇଛି। ସମସ୍ତ ପ୍ରକାର ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଜବାବ ରଖିବାକୁ ୧୫ ଦିନ ସମୟ ଦିଆଯାଇଛି।
କମିଶନର ସୋନାଲଙ୍କ କହିବାନୁଯାୟୀ, ଘରୋଇ ନର୍ସିଂହୋମଗୁଡ଼ିକରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଥିଲା। ଏପରିକି ବାୟୋମେଡ଼ିକାଲ ୱେଷ୍ଟକୁ ବିଏମସିର ଅଳିଆ ଗାଡ଼ିରେ ଦେଇ ଦେଉଥିଲେ। ଚଢ଼ଉ େବଳେ ବିଭିନ୍ନ ପ୍ରକାରର ତୃଟି ଜଣାପଡ଼ିଛି। ଏପରିକି ଚଢ଼ଉ ବେଳେ କେତେକ ନର୍ସିଂହୋମ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ଦେଖାଇଥିଲେ। ବର୍ତ୍ତମାନ ୬ଟି ନର୍ସିଂହୋମ ଉପରେ ଚଢ଼ଉ ହୋଇଛି। କିନ୍ତୁ ବ୍ରହ୍ମପୁର ସହରରେ ୧୧୫ଟି ଘରୋଇ ନର୍ସିଂହୋମ ରହିଛି। ସମସ୍ତ ନର୍ସିଂହୋମର ସର୍ଭେ ବିଏମସିର ସ୍ବାସ୍ଥ୍ୟ ଟିମ୍ ଦ୍ବାରା କରାଯିବ। ଆବଶ୍ୟକ ପଡ଼ିଲେ ଚଢ଼ଉ ସହିତ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
BREAKING NEWS
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା
- Ama Sathi WhatsApp Bot:ରାଜ୍ୟ ପୋଲିସ ପକ୍ଷରୁ ସରଳ ବ୍ୟବସ୍ଥା :‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ଶୁଭାରମ୍ଭ;ମିଳିବ ୧୪ଟି ପୋଲିସ ସେବା
- ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା ଲୁଟେରା
- ବାଲେଶ୍ୱରରୁ ଉଦ୍ଧାର ୫ ଛୁଆ ଓରାଙ୍ଗଉଟାନଙ୍କୁ ଫେରାଇ ନେବ ଇଣ୍ଡୋନେସିଆ: ଆରମ୍ଭ ହେଲା କୂଟନୈତିକ ପ୍ରକ୍ରିୟା
- ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଘରକୁ ଘର ବୁଲି ଭୋଟର ତାଲିକା ଯାଞ୍ଚ କରିବେ ଅଧିକାରୀ
- ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲାଞ୍ଚ! ବାରିପଦାରେ ST/SC ବିଭାଗର ଦୁଇ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
- କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି
- ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି
- ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ
- ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ

Comments are closed.