Latest Odisha News

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଏ ସଂକ୍ରାନ୍ତରେ ମତ ରଖି କହିଛନ୍ତି, ଅରୁଣାଚଳର ତାୱାଙ୍ଗରେ ଭାରତୀୟ ସେନା ସୀମା ଅତିକ୍ରମ କରୁଥିଲେ । ଚୀନ ସେନା ସେମାନଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଶେଷ ସପ୍ତାହରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା  ।

ଏହି ଘଟଣା ପରେ ଚାଇନା ଆନୁଷ୍ଠାନିକ ଭାବେ ମୁହଁ ଖୋଲିଥିଲା ।  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଶୁକ୍ରବାର  କହିଥିଲେ, ଚାଇନା-ଭାରତ ସୀମାରେ ପରିସ୍ଥିତି ସଂପୂର୍ଣ୍ଣ ଭାବେ ସ୍ଥିର ରହିଛି। ଦୁଇ ଦେଶ ମିଳିତ ଭାବେ ସୀମା ପ୍ରସଙ୍ଗରେ ନିୟମିତ ଭାବେ କୂଟନୀତିକ ଓ ମିଲିଟାରୀ ଚ୍ୟାନେଲ୍ସଗୁଡ଼ିକ ଜରିଆରେ ଆଲୋଚନା କରୁଛନ୍ତି। ତେଣୁ ଏହାକୁ ନେଇ କେହି କିଛି ଚିନ୍ତା କରିବା ଆବଶ୍ୟକ ନାହିଁ।

ଗତ ୯ ତାରିଖ ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଂ ସଂସଦରେ ମତ ରଖି କହିଥିଲେ,  ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିବାୟ ଚେଷ୍ଟା କରୁଥିଲେ । ହେଲେ ଭାରତୀୟ ଯବାନ ସେମାନଙ୍କୁ ନିଜ ସ୍ଥାନକୁ ଫେରାଇ ଦେଇଥିଲେ  ।। ଲୋକସଭାରେ ଏମିତି କହି ଭାରତୀୟ ସେନାର ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Leave A Reply

Your email address will not be published.