Latest Odisha News

BREAKING NEWS

ନାଗ-ଚାନ୍ଦଙ୍କୁ ରିମାଣ୍ଡରେ ନେବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ନାଗ-ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଜିଲ୍ଲା ଜଜ କୋର୍ଟ ଦେଲେ ଇଡିକୁ ଅନୁମତି । ଏବେ  ଅର୍ଚ୍ଚନାଙ୍କୁ  ଆଉ ୬ ଦିନ ଏବଂ ଜଗବନ୍ଧୁଙ୍କୁ  ୯ ଦିନ ରିମାଣ୍ଡରେ ନେବା ପାଇଁ ମିଳିଛି ଅନୁମତି ।

ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ଇଡିଉ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ମାଗିଥିଲା ଅନୁମତି ।  ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାଳିବାକୁ ଇଡି ଚାହୁଁଥିବା ନେଇ କଳ୍ପନା ଜଳ୍ପନା କରାଯାଉଥିଲା ।   ଆଜି ଉଭୟଙ୍କୁ  କୋର୍ଟରେ ହାଜର କରାଯାଇଥିଲା । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ପକ୍ଷରୁ ଆବେଦନ କରାଯାଇଥିଲା ।

ସେପଟେ   ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା । ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ଅର୍ଚ୍ଚନାକୁ ଆଉ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ସୂଚନାଥାଉ କି,  ଅର୍ଚ୍ଚନାଙ୍କର ଆଜି ୭ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଗିରଫ କରିଥିବା ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.