Latest Odisha News

BREAKING NEWS

ସୁଭଦ୍ରା ପୋର୍ଟାଲରେ ନୂଆ ସୁବିଧା, ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଆବେଦନର ସୁଯୋଗ

ଭୁବନେଶ୍ୱର: ‘ସୁଭଦ୍ରା’ରୁ ଅପଟ ଆଉଟ ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ଭୁଲରେ ଅପଟ୍‌‌ ଆଉଟ ହୋଇଯାଇଥିଲେ ହିତାଧିକାରୀ ପୁଣିଥିରେ ଲଗ୍ ଇନ୍ କରି ନେଇପାରିବେ ସୁବିଧା। ଏଥିପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି। ‘ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ପୋର୍ଟାଲରେ ନୂଆ ଅପଟ୍‌‌ ଇନ୍ ବ୍ୟବସ୍ଥା କରାଯାଇଛି। ପୋର୍ଟାଲରେ ଲଗ୍ ଅନ୍ କରି ଅପଟ୍‌‌ ଇନ୍‌‌ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ପ୍ରକୃତରେ ଅନେକ ହିତାଧିକାରୀ ଭୁଲବଶତଃ ଯୋଜନାରୁ ଅପଟ୍‌ ଆଉଟ୍‌ ହୋଇଥିଲେ। ଏମିତିରେ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ସୂଚନାଥାଉକି, ପୂର୍ବରୁ ଗତ ଶନିବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ବଡ଼ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏମିତିକି ମାର୍ଚ୍ଚ ୩୦ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ଏକାଥରକେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଏନେଇ ବ୍ୟାଙ୍କ ଗୁଡ଼ିକ ସହିତ ବୈଠକ ସରିଛି। ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ‘ସୁଭଦ୍ରା’ରୁ OPT OUT ହୋଇଯାଇଥିଲେ ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି।

 

Leave A Reply

Your email address will not be published.