Latest Odisha News

BREAKING NEWS

ସକାଳୁ ଖାଲି ପେଟରେ ପିଅନ୍ତୁ ପାଣି: ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଅନେକ ଲୋକ ଅନେକ ବାଟ ଅବଲମ୍ବନ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସରଳ ମାଧ୍ୟମ, ଯାହା ସହସ୍ୟରେ ଆପଣ ନିଜକୁ ସୁସ୍ଥ ରଖି ପାରିବେ।

ସୁସ୍ଥ ଶରୀର ପାଇଁ ପାଣିର ଆବଶ୍ୟକତା ଅନେକ ରହିଛି ।। ପାଣି ପିଇବା ଦ୍ୱାରା ଆମ ଶରୀର ସୁସ୍ଥ ଓ ଫିଟ୍ ରହିଥାଏ।  ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ସକାଳେ ଉଠିବା ପରେ ଆମ ଶରୀରକୁ ପାଣିର ଆବଶ୍ୟକତା ରହିଥାଏ। ତେଣୁ ସକାଳୁ ଉଠି ଆପଣ ଖାଲି ପେଟରେ ୨ ରୁ ୩ ଗ୍ଲାସ୍ ପାଣି ପିଇବା ଉଚିତ।

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ଦ୍ୱାରା ରକ୍ତ ସଫା ହୋଇଥାଏ ବୋଲି ଏକ ହେଲଥ ରିପୋର୍ଟରର ପ୍ରକାଶ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ।

ସକାଳେ ଖାଲି ପେଟରେ ପାଣି ପିଇଲେ ଶରୀରରେ ମେଟାବୋଲିଜିମ୍ ସକ୍ରିୟ ହୋଇଥାଏ। ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ତେଣୁ ଚେହେରାରେ ଚମକ ଆସିଥାଏ।

Comments are closed.