Latest Odisha News

BREAKING NEWS

ସୋମବାର ଦିନ ଶିବଙ୍କର ଏହି ୧୧ଟି ନାମ ଜପ କରନ୍ତୁ; ମିଳିବ ଅଦ୍ଭୁତ ସିଦ୍ଧି

ଭଗବାନ ଶିବଙ୍କର କୃପା ବ୍ୟକ୍ତିବିଶେଷ କେବେ ପରାଜୟର ସାମ୍ନା କରିନଥାନ୍ତି । ଜୀବନରେ ସମସ୍ତ ମୂହୁର୍ତ୍ତରେ ଏବଂ ସବୁକ୍ଷେତ୍ରରେ ସେମାନେ ବିଜୟ ହାସଲ କରିଥିବା ଦେଖାଯାଇଥାଏ । ଭକ୍ତର ଅଚଳାଚଳ ଭକ୍ତିରେ ସେ ନିଶ୍ଚିତ ରୂପେ ପ୍ରସନ୍ନ ହୋଇଥାଆନ୍ତି । ଯେହେତୁ ଶିବଶଙ୍କର ଭୋଳାନାଥ ସେ ଭକ୍ତକୁ ବର ପ୍ରଦାନ କରିଥାଆନ୍ତି । ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି । ଶିବଙ୍କର ନାମରେ ହିଁ ଥାଏ ଅମାପ ଶକ୍ତି । ଶିବଙ୍କୁ ଉପାସନା କଲେ ପ୍ରଭୁ ଗଣେଶ ଏବଂ ମାତା ଭବାନୀଙ୍କର ଆଶୀର୍ବାଦ ମଧ୍ୟ ହାସଲ ହୋଇଥାଏ ।

ଶିବ ଉପାସନା କରିବାର ବିଧି:

ପ୍ରତ୍ୟେକ ସୋମବାର ଦିନ ଶିବ ଉପାସନା କରିବାର ପ୍ରକୃଷ୍ଟ ବାର । ଏହି ସୋମବାର ଦିନ ଶୁଦ୍ଧପୂତ ଭାବେ ନିଜକୁ ପ୍ରସ୍ତୁତ କରିବା ସହିତ ଶିବଲିଙ୍ଗ ପୂଜାର୍ଚ୍ଚନା କରିବା ଆବଶ୍ୟକ । ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ସହିତ ଶିବଙ୍କୁ କିଛି ସମୟ ଲାଗି ଧ୍ୟାନ କରିବା ଉଚିତ୍ ।

ଜପ କରିବା ଲାଗି ଭଗବାନ ଶିବଙ୍କ ୧୧ଟି ନାମ:

ଓଁ ଅଘୋରାୟ ନମଃ
ଓଁ ପଶୁପତୟେ ନମଃ
ଓଁ ସର୍ବାୟ ନମଃ
ଓଁ ବିରୁପାକ୍ଷାୟ ନମଃ
ଓଁ ତ୍ର‌୍ୟୟମ୍ପକାୟ ନମଃ
ଓଁ କପର୍ଦ୍ଦିନେ ନମଃ
ଓଁ ଭୈରବାୟ ନମଃ
ଓଁ ସୁଲପାଣୟେ ନମଃ
ଓଁ ଈଶାଣାୟ ନମଃ
ଓଁ ମହେଶ୍ୱରାୟ ନମଃ

ଘରେ କିମ୍ବା ମନ୍ଦିରରେ ଏକାନ୍ତରେ ଭଗବାନ ଶିବଙ୍କର ଏହି ୧୧ଟି ନାମ ଜପ କଲେ ସିଦ୍ଧି ପ୍ରାପ୍ତ ହୋଇପାରିବ ।

Leave A Reply

Your email address will not be published.