Latest Odisha News

BREAKING NEWS

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

      ଲେଖିକା ଶୁଭଶ୍ରୀ ମିଶ୍ର

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ ଲୁକ୍କାୟିତ ଅବସ୍ଥାରେ ରହିଥାଏ । ନିରବଚ୍ଛିନ୍ନ ଭାବେ ଓଁକାର ଜପ କରିବା ଦ୍ୱାରା ଏହା ଏନଲାଇଟମେଣ୍ଟ ବା ଜ୍ଞାନସିଦ୍ଧି ବା ବୁଦ୍ଧତ୍ୱ ପ୍ରାପ୍ତି ହୋଇଥାଏ । କେବଳ ଏହି ଗୋଟିଏ ଉପକାରିତା ନୁହେଁ ବରଂ ଏହି ଓଁକାର ଜପ ଦ୍ୱାରା ଆଶ୍ଚର୍ଯ୍ୟଜନକ ଭାବେ ଅନେକ ଉପକାରିତା ହାସଲ ହୋଇପାରିଥାଏ । ଆଜି ଓଁକାର ଜପ କରିବା ଦ୍ୱାରା କିଛି ଉପକାରିତା ସମ୍ପର୍କରେ ଆଲୋଚନା କରିବା ।

ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା:

  • ଆପଣ ଯେଉଁ ସ୍ଥାନରେ ଓଁକାର ଜପ କରୁଛନ୍ତି ସେଠାକାର ପାରିପାଶ୍ୱର୍ିକ ପରିବେଶରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସିଥାଏ ତଥା ଏକପ୍ରକାର ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ । ପ୍ରତିଦିନ ପ୍ରାତଃ ମୂହୁର୍ତ୍ତରେ ଗୋଟିଏ ସମୟରେ ଏହା ଜପ କରିବା ଦ୍ୱାରା ଅଦଭୁତ ଭାବେ ମନରେ ଏକାଗ୍ରତା ଜାଗ୍ରତ ହୋଇଥାଏ ।
  • ନିୟମିତ ଭାବେ ଓଁକାର ଜପ କରିବା ଦ୍ୱାରା ଶରୀରରେ ପ୍ରଚୁର ପ୍ରାଣଶକ୍ତି ଜାଗ୍ରତ ହେବା ଦ୍ୱାରା ସେଲଫ୍ ହିଲିଂ ପାୱାର ବୃଦ୍ଧି ଘଟିଥାଏ ।
  • ବିଜ୍ଞାନସମ୍ମତ ଭାବେ ଏହା ଜପ କରିବା ଦ୍ୱାରା ଯେଉଁ ତରଙ୍ଗ ସୃଷ୍ଟି ହୋଇଥାଏ ତାହା ନିଜର ଭୋକାଲ୍ କର୍ଡ଼ ମାଧ୍ୟମରେ ଅନୁଭବ କରିହୁଏ ଏବଂ ଏହାର ଉପକାରିତା ସମ୍ପର୍କରେ ଧିରେ ଧିରେ ଅନୁଭବ କରିହୁଏ ।
  • ଯଦି ଓଁକାର ଜପକୁ ଏକ ସାଧନାର ମାର୍ଗ ଭାବେ ଗ୍ରହଣ କରି ଧ୍ୟାନ ମୁଦ୍ରାରେ ଜପ/ତପ କରାଯାଏ ତେବେ ସାଧକଙ୍କୁ ଅଫୁରନ୍ତ ଆତ୍ମଶକ୍ତି ମିଳିଥାଏ । ମନରେ ଅମାପ ଆନନ୍ଦ ଅନୁଭବ ହୋଇଥାଏ । ଶରୀରର ତ୍ୱଚାରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ । ଏକ ଆକର୍ଷକ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଆନ୍ତି ସାଧକ/ସାଧିକା ।
  • କେବଳ ଯେଉଁ ବ୍ୟକ୍ତି ଏହି ଓଁକାର ମନ୍ତ୍ରକୁ ଜପ କରିଥାଆନ୍ତି ଏକା ସେହି ବ୍ୟକ୍ତି ଏହାର ଉପକାର ପାଇ ନଥାନ୍ତି ବରଂ ଏହାକୁ ଶବଣ କରୁଥିବା ସମସ୍ତ ବ୍ୟକ୍ତି ବିଶେଷ ତଥା ଜୀବନ୍ତ ପ୍ରାଣୀମାନେ ଅହେତୁକ ଉପକାର ପାଇଥାଆନ୍ତି ।
  • କୁହାଯାଏ, ଓଁକାର ଜପ କରୁଥିବା ସମୟରେ ମଝିରେ ମଝିରେ ଯଦି ଦୁଇ ହାତ ପାପୁଲିକୁ ଧିରେ ଧିରେ ଘଷି ଶରୀରର ଯେଉଁ ଅଂଶକୁ ସ୍ପର୍ଶ କରାଯାଏ ତେବେ ସେହିସବୁ ଅଂଶ ଚାର୍ଜ ହେବା ସହିତ ସେହିସବୁ ଅଂଶ ଗୁଡ଼ିକ ଉପକାରିତା ହାସଲ କରିଥାଆନ୍ତି ।
  • ନିୟମିତ ଭାବେ ଓଁକାର ଜପ କରିବା ଦ୍ୱାରା କାର୍ଡ଼ିଓ ଭାସ୍କୁଲାର୍ ଉପକାରିତା ପାଇଥାଆନ୍ତି ଜପ କରୁଥିବା ବ୍ୟକ୍ତି ବିଶେଷ । ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହୃଦ-ସ୍ପନ୍ଦନ ସ୍ୱାଭାବିକ ହୋଇଥାଏ ।
  • ସବୁଦିନ ବେଶି ନୁହେଁ ଖୁବ୍ ଅଳ୍ପ ସମୟ ଜପ କରିବା ଦ୍ୱାରା ଧିରେ ଧିରେ ସମସ୍ତ ରିପୁ ଉପରେ ନିୟନ୍ତ୍ରଣ ଆସିଯାଇଥାଏ । ସାଧକ ଧିରେ ଧିରେ ସମସ୍ତ ପ୍ରକାର ଗୁଣକୁ ନିଜର ବଶ କରିବାକୁ ସକ୍ଷମ ହୋଇପାରିଥାଆନ୍ତି ।
  • କିଛିଦିନ ଓଁକାର ଜପ କରିବା ଦ୍ୱାରା ମହା ଆନନ୍ଦ ଅନୁଭବ କରିହୁଏ । ଜପ କରୁଥିବା ବ୍ୟକ୍ତି ଜଣକ ଆଧ୍ୟାତ୍ମିକତାର ଅପୂର୍ବ ସ୍ୱାଦକୁ ଅନୁଭବ କରିପାରନ୍ତି । ଆଧ୍ୟାତ୍ମିକ ପଥକୁ ଅନୁସରଣ କରୁଥିବା ବ୍ୟକ୍ତିମାନଙ୍କ ଲାଗି ଓଁକାର ଜପ ହିଁ ସାଧନାର ପ୍ରଥମ ପାହାଚ ଭାବେ ସାବ୍ୟସ୍ତ ହୋଇଥାଏ ।
  • ଏହି ପବିତ୍ର ଓଁକାର ବା ଏକାକ୍ଷରୀ ମନ୍ତ୍ରକୁ ସମୂହ ଜପ କରିବା ଦ୍ୱାରା ସମସ୍ତ ସାଧକ ଅଳ୍ପ କିଛି ମୂହୁର୍ତ୍ତ ମଧ୍ୟରେ ଅପୂର୍ବ ପ୍ରାଣଶକ୍ତି ହାସଲ କରିଥାଆନ୍ତି ।
  • ଓଁ ଶବ୍ଦ ଏବଂ ଏହି ନାଦରେ ହିଁ ରହିଛି ଅମାପ ଶକ୍ତି । ନିୟମିତ କିଛି ମିନିଟ ମାତ୍ର ଜପ କରି ଶକ୍ତିକୁ ସମସ୍ତେ ଆହରଣ କରିବା ଆବଶ୍ୟକ । କେବଳ ମାନସିକସ୍ତରରେ ନହେଁ ଏହି ଶକ୍ତିଶାଳୀ ଏକାକ୍ଷରୀ ମନ୍ତ୍ର ବାରମ୍ବାର ଜପ କରିବା ଦ୍ୱାରା ଖୁବଶିଘ୍ର ଉପକାରିତା ହାସଲ କରିହେବ । ମନ୍ତ୍ରଜପ କରିବା ପୂର୍ବରୁ ଥରେ କୌଣସି ଯୋଗ ପ୍ରଶିକ୍ଷକ ବା ଗୁରୁଙ୍କ ସାହାଯ୍ୟ ନେବା ନିତାନ୍ତ ଜରୁରୀ ।
( ଲେଖିକା ଶୁଭଶ୍ରୀ ମିଶ୍ର ଏକାଧାରରେ ଜଣେ କବି, ସ୍ତମ୍ଭକାର, ତଥା ଯୋଗ-ପ୍ରାଣ-ବିଦ୍ୟା ଏବଂ ପ୍ରାନିକ୍ ହିଲର୍ )
Leave A Reply

Your email address will not be published.