Latest Odisha News

BREAKING NEWS

ଆରପାରିରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି ।

BjdElectrycity

ମୃତୁ୍ୟବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ସେ ବିଜେପିର ସାଂସଦ ଭାବେ ରହିଥିବା ବେଳେ ସେ ବାଜପେୟୀ ସରକାରରେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ସହର ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାବ୍ୟତିତ ତାଙ୍କୁ ୨୦୧୦ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।

ଦେଶର ସବୋର୍ଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ସବୁଠୁ ଅଧିକ ଫିସ୍ ନେଉଥିବା ଓକିଲ ଭାବେ ସେ ବେଶ୍ ଜଣାଶୁଣା । ମାତ୍ର ୧୭ ବର୍ଷ ବୟସରେ ଏଲଏଲବି ଡିଗ୍ରୀ ହାସଲ କରି ଏହି ରାଜନେତା ଜଣକ ପରେ ନିଜ ହୋମ୍ ଟାଉନରେ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ ।

Leave A Reply

Your email address will not be published.