Latest Odisha News

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି ।

ଶଙ୍ଖ:

 ଏକ ସାମୁଦ୍ରିକ ଜୀବର ଖୋଳପା ହୋଇଥିଲେ ହେଁ ହିନ୍ଦୁ ଧର୍ମରେ ଶଙ୍ଖର ମାନ୍ୟତା ଖୁବ ଅଧିକ ରହିଛି। ପୌରାଣିକ କଥା ଅନୁସାରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଥିଲା। ଶଙ୍ଖକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ସ୍ୱରୂପ ପୂଜାକରାଯାଏ। ତେଣୁ ଘରେ ପୂଜା ଆସ୍ଥାନରେ ଶଙ୍ଖକୁ ସ୍ଥାପନା କରାଯାଇଥାଏ।
– ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ ଉତ୍ସବମାନଙ୍କରେ ଶଙ୍ଖ ବଜାଇବା ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି ।
– ଗୃହରେ ପ୍ରତ୍ୟହ ସକାଳ ଏବଂ ସନ୍ଧ୍ୟାରେ ଦୁଇଥର ଶଙ୍ଖ ଫୁଙ୍କିବା ସହ ଶଙ୍ଖ ପୂଜିବା ଉଚିତ। ଏହା ଦ୍ଵାରା ଗୃହରେ ଥିବା ନକରାତ୍ମକ ଶକ୍ତି ଦୁରୀଭୂତ ହୋଇଥାଏ ଏବଂ ପ୍ରତ୍ୟହ ଶଙ୍ଖ ଫୁଙ୍କୁଥିବା ବ୍ୟକ୍ତିଙ୍କ ଠାରେ ହୃଦରୋଗ ଆଶଙ୍କା କମ ଥାଏ।

ଶଙ୍ଖର ସ୍ଥାପନା ତିଥି:

ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ ଯେ, ଶଙ୍ଖକୁ ଦୀପାବଳୀ, ହୋଲି, ମହାଶିବରାତ୍ରି, ନବରାତ୍ର, ରବି-ପୁଷ୍ୟ, ଗୁରୁ-ପୁଷ୍ୟ ନକ୍ଷତ୍ର ମାନଆଦି ଶୁଭ ମୁହୂର୍ତ୍ତରେ ସ୍ଥାପନ କରିବା ବିଧେୟ।

ଶଙ୍ଖର ଆକାର:

ଶଙ୍ଖର ଆକାର ଅନୁସାରେ ଏହା ମୁଖ୍ୟତଃ ତିନି ପ୍ରକାର ହୋଇଥାଏ। ଯଥା- ଦକ୍ଷିଣାବୃତ୍ତି ଶଙ୍ଖ, 
ମଧ୍ୟାବୃତ୍ତି ଶଙ୍ଖ ଓ ବାମାବୃତ୍ତି ଶଙ୍ଖ। 
– ଭଗବାନ ବିଷ୍ଣୁଙ୍କର ଶଙ୍ଖ ଦକ୍ଷିଣାବର୍ତ୍ତୀ ହୋଇଥିବାବେଳେ 
– ମା’ ଲକ୍ଷ୍ମୀଙ୍କ ଶଙ୍ଖ ବାମାବର୍ତ୍ତୀ ହୋଇଥାଏ। 
– ଘରେ ବାମାବର୍ତ୍ତୀ ଶଙ୍ଖ ସ୍ଥାପନା କଲେ ଆଦୌ ଧନର ଅଭାବ ହୋଇନଥାଏ।

 ଶଙ୍ଖର ପ୍ରକାର:

ଶଙ୍ଖ ମୁଖ୍ୟତଃ ଦୁଇପ୍ରକାର – ପ୍ରଥମତଃ-ପୂଜା କରିବା ଶଙ୍ଖ ଦ୍ଵିତୀୟତଃ-ଫୁଙ୍କିବା ଶଙ୍ଖ

ଶଙ୍ଖ ବ୍ୟବହାରର କିଛି ଉପାଦେୟ ତଥ୍ୟ:

୧.ପୂଜା କରିବା ଶଙ୍ଖ ଓ ଫୁଙ୍କିବା ଶଙ୍ଖକୁ ଗୃହରେ ସର୍ବଦା ପରସ୍ପରଠାରୁ ପୃଥକ କରି ରଖିବା ଉଚିତ।
୨.ପୂଜା ନିମନ୍ତେ ଥିବା ଶଙ୍ଖକୁ ଗଙ୍ଗା ଜଳରେ ଧୋଇ ଧଳା କପଡା ସାହାଯ୍ୟରେ ଘୋଡାଇ ଫୁଙ୍କିବା ନିମନ୍ତେ ଥିବା ଶଙ୍ଖ ଠାରୁ ଅଲଗା ଏବଂ ଉଚ୍ଚ ସ୍ଥାନରେ ରଖିବା ଉଚିତ।
୩. ଫୁଙ୍କିବା ନିମନ୍ତେ ଥିବା ଶଙ୍ଖକୁ ସର୍ବଦା ହଳଦିଆ କପଡାରେ ଗୁଡାଇ ରଖିବା ଆବଶ୍ୟକ। କିନ୍ତୁ ଧ୍ୟାନ ଦେବେ ଯେପରିକି ଫୁଙ୍କିବା ନିମନ୍ତେ ଥିବା ଶଙ୍ଖରେ ଭଗବାନଙ୍କୁ ଜଳ ଅର୍ପଣ କରା ନ ଯାଏ।
୪.କେବେ ବି ଗୋଟିଏ କାର୍ଯ୍ୟ ନିମନ୍ତେ ଦୁଇଟି ସମାନ ଶଙ୍ଖ ଗୋଟିଏ ପୂଜାଘରେ ସ୍ଥାପନା କରନ୍ତୁ ନାହିଁ।
୫.ଶୈବ ପୂଜା ସମୟରେ କଦାପି ଶଙ୍ଖକୁ ଶିବଲିଙ୍ଗ ଉପରେ କିମ୍ବା ଶିବଙ୍କ ଆସ୍ଥାନ ନିକଟକୁ ଲଗାଇ ରଖନ୍ତୁନାହିଁ।
୬.ସର୍ବଦା ଧ୍ୟାନଦେବେ ଯେପରିକି ଶିବ ଭଗବାନଙ୍କ ଓ ସୂର୍ଯ୍ୟ ଭଗବାନଙ୍କ ପୂଜା ସମୟରେ ଶଙ୍ଖରେ ଜଳ ଅର୍ପଣ କରାନଯାଏ।

Comments are closed.