Latest Odisha News

BREAKING NEWS

ନିୟମିତ କଫି ସେବନ କଲେ କଣ ମିଳେ ଫାଇଦା; ଜାଣନ୍ତୁ

କଫି ଶରୀରରେ ତୁରନ୍ତ ଶକ୍ତି ଯୋଗାଇବାରେ କାମ କରେ। ସେଥିପାଇଁ ତ ଅଧିକାଂଶ ଲୋକ କଫି ପିଇ ନିଜ ଦିନର ଆରମ୍ଭ କରନ୍ତି। ଏହା ବ୍ୟତୀତ କଫି ପିଇବାର ଅନ୍ୟାନ୍ୟ ଲାଭ ମଧ୍ୟ ଅଛି।

ଯକୃତ ପାଇଁ ବେଶ୍ ଲାଭଦାୟକ

ସ୍ବାସ୍ଥ୍ୟ ବି‌ଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବିନା ଚିନି କିମ୍ବା କ୍ଷୀରରୁ ପ୍ରସ୍ତୁତ କଫି ପିଇବା ଦ୍ବାରା ଯକୃତ ରୋଗର ଆଶଙ୍କା କମ୍ ହେବା ସହିତ କର୍କଟର ଆଶଙ୍କା କମ୍ ହୋଇଥାଏ। ବ୍ଲାକ୍ କଫି ଶରୀର ପାଇଁ ବେଶ୍ ହିତକର ହୋଇଥାଏ।

ଓଜନ ହ୍ରାସ କରେ କଫି

କଫିରେ ମ୍ୟା‌‌ଗ୍ନେସିୟମ୍ ଏବଂ ପୋଟାସିୟମ୍ ରହିଥିବାରୁ ଏହା ମେଦବହୁଳତାକୁ ନିୟନ୍ତ୍ରଣ କରିଥାଏ।

ହୃଦ୍ ରୋଗ ଉପକାରୀ କଫି

ହୃଦ୍ ରୋଗୀଙ୍କ ପାଇଁ ନିୟମିତ କଫି ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଫି ହୃଦ୍‌ଘାତର ଆଶଙ୍କାକୁ ହ୍ରାସ କରିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ

ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା। କଫିରେ ଥିବା କଫିନ୍‌ ରକ୍ତ ଶର୍କରାର ମାତ୍ରାକୁ ହ୍ରାସ କରିଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ କଫି ପିଇବା ଲାଭଦାୟକ ହୋଇଥାଏ।

Comments are closed.